ଆସାମର କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ବୋମା ବିସ୍ଫୋରଣ ହୋଇଥିଲା: ତଦନ୍ତ ପରେ ସ୍ପଷ୍ଟ କଲା ପୁଲିସ୍‌

Advertisment
ଆସାମର କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ବୋମା ବିସ୍ଫୋରଣ ହୋଇଥିଲା: ତଦନ୍ତ ପରେ ସ୍ପଷ୍ଟ କଲା ପୁଲିସ୍‌

ଗୋହ୍ଵାଟୀ: ଆସାମର ଉଦଲଗୁରିଠାରେ ଶନିବାର ହୋଇଥିବା କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ତାହା କିପରି ହୋଇଥିଲା ସ୍ପଷ୍ଟ ହୋଇନଥିଲା। ଟ୍ରେନ୍‌ ମଧ୍ୟରେ କେହି ବୋମା ବିସ୍ପୋରଣ କରାଇଛି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତ କରି ସନ୍ଦେହ କରୁଥିଲା। ବାସ୍ତବରେ ତାହା ଏକ ଦୁର୍ଘଟଣା ନୁହେଁ, ବରଂ ଟ୍ରେନ୍‌ ମଧ୍ୟରେ ବୋମା ବିସ୍ଫୋରଣ କରାଯାଇଥିଲା ବୋଲି ରବିବାର ଆସାମ ପୁଲିସ୍‌ ସ୍ପଷ୍ଟ କରିଛି।

ଏହି ବିସ୍ଫୋରଣ ହରିସିଂହା ଷ୍ଟେସନ୍‌ଠାରେ ପାସେଞ୍ଜର ଟ୍ରେନ୍‌ର ସେକେଣ୍ଟ୍‌ ଜେନେରାଲ୍‌ କୋଚ୍‌ରେ ଘଟିଥିଲା। ‘ଆମ ଦଳ ଏହାର ତଦନ୍ତ କରି ଜାଣିବାକୁ ପାଇଛି ଯେ ଏହା ଏକ ବୋମା ବିସ୍ଫୋରଣ’ କହିଛନ୍ତି ଇଷ୍ଟ୍‍ େଓ୍ଵଷ୍ଟ୍‍ ଫ୍ରଣ୍ଟିୟର୍‌ ରେଲେଓ୍ଵ ମାନବ ସଂପର୍କ ଅଧିକାରୀ ନ୍ରିପେନ୍‌ ଭଟ୍ଟାଚାର୍ଯ୍ୟ।

ଉଲ୍ଲେଖଯୋଗ୍ୟ, ଶନିବାର କାମାକ୍ଷା-ଡେକାରଗାଓଁ ଇଣ୍ଟରସିଟି ଏକ୍ସପ୍ରେସ୍‌ଟି ଯାଉଥାଏ। ହଠାତ ହରିସିଂହା ଷ୍ଟେସନ୍‌ଠାରେ ଟ୍ରେନ୍‌ର  ସେକେଣ୍ଟ୍‌ ଜେନେରାଲ୍‌ କୋଚ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଟ୍ରେନ୍‌ରେ ଯାତ୍ରା କରୁଥିବା ୧୧ ଜଣ ଯାତ୍ରୀ ଆହତ ହୋଇ ପଡ଼ିଥିଲେ।

ଏହି ଘଟଣା ଘଟିବା ପରେ ରେଳବାଇ ଓ ପୁଲିସ୍‌ କର୍ମଚାରୀମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ଏହି ଘଟଣାର ତଦନ୍ତ ଏବେ ବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe