ଆସାମ ପ୍ରକାଶ କଲା ୧. ୬ କୋଟି ନାମ ସମ୍ବଳିତ ‘ଏନ୍‌ଆର୍‌ସି’ର ପ୍ରଥମ ଡ୍ରାଫ୍‌ଟ୍‌

Advertisment
ଆସାମ ପ୍ରକାଶ କଲା ୧. ୬ କୋଟି ନାମ ସମ୍ବଳିତ ‘ଏନ୍‌ଆର୍‌ସି’ର ପ୍ରଥମ ଡ୍ରାଫ୍‌ଟ୍‌

Image Courtesy of TOI

ଗୌହାଟି: ସୋମବାର ଦିନ ପ୍ରକାଶ ପାଇଛି ଆସାମର ନେସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍‌ ସିଟିଜେନ୍‌ସ୍‌ (ଏନ୍‌ସିଆର୍‌)ର ପ୍ରଥମ ଡ୍ରାଫ୍ଟ। ଆସାମରେ ସେମାନଙ୍କୁ ଆଇନଗତ ଭାରତୀୟ ନାଗରିକ ମାନ୍ୟତା ଦେବା ପାଇଁ ଆବେଦନ କରିଥିବା ସମୁଦାୟ ୩. ୨୦ କୋଟି ଜନତାଙ୍କ ମଧ୍ୟରୁ ଏଥିରେ ୧. ୯ କୋଟି ଜନତାଙ୍କ ନାମ ଉଲ୍ଲେଖ କରାଯାଇଛି। ବାକି ଜନତାଙ୍କ ନାଁ ଯାଞ୍ଚ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ଭାରତୀୟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ ଶୈଳେଶ ମଧ୍ୟ ରାତ୍ରୀରେ ଆୟୋଜିତ ଏକ ସାମ୍ବାଦିନ ସମ୍ମିଳନୀରେ ପ୍ରଥମ ଡ୍ରାଫ୍‌ଟ୍‌ ଲୋକାର୍ପଣ କରିବା ଅବସରରେ କହିଛନ୍ତି।

ସେ କହିଛନ୍ତି: ଏତକ ଡ୍ରାଫ୍ଟର କିଛି ଅଂଶ। ଏଥିରେ ରହିଛି ଏ ପର୍ଯ୍ୟନ୍ତ ଯାଞ୍ଚ ସରିଥିବା ୧.୯ କୋଟି ଜନତାଙ୍କ ନାଁ। ବାକି ନାଁ ସବୁ ଯାଞ୍ଚ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଯାଞ୍ଚ ସରିବା ମାତ୍ରେ ଆଉ ଏକ ଡ୍ରାଫ୍ଟ ପ୍ରକାଶ ପାଇବ।

ଏନ୍‌ଆର୍‌ସିର ଜାତୀୟ ସଂଯୋଜକ ପ୍ରତୀକ ହାଜେଲା କହନ୍ତି, ପ୍ରଥମ ତାଲିକାରେ ନାଁ ବାଦ ପଡ଼ିଥିବା ଲୋକେ ଚିନ୍ତିତ ହେବା ଅନାବଶ୍ୟକ। ନାଁ ଯାଞ୍ଚକରିବା ବଡ଼ କାଠିକର ପାଠ। ତେଣୁ ଗୋଟିଏ ପରିବାରୁ ମଧ୍ୟ କେତେ ଜଣଙ୍କ ନାଁ ପ୍ରଥମ ଡ୍ରାଫ୍‌ଟ୍‌ରେ ନ ଥିବାର ସମ୍ଭାବନା ରହିଛି। ବାକି କାଗଜପତ୍ର ଯାଞ୍ଚ ଚାଲିଥିବାରୁ ଛାନିଆ ହେବା ଦରକାର ନାହିଁ।

ପରବର୍ତ୍ତୀ ଡ୍ରାଫ୍‌ଟ ପ୍ରକାଶ ପାଇବାର ସମ୍ଭାବ୍ୟ ସମୟ କଥା ପଚାରିବାରୁ ସେ କହିଲେ ଯେ ସୁପ୍ରିମ୍‌ କୋର୍ଟଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ତାହା ସ୍ଥିର କରାଯିବ। ସୁପ୍ରିମ୍‌ କୋର୍ଟଙ୍କ ତତ୍ତ୍ୱାବଧାନରେ କାଗଜପତ୍ର ପ୍ରସ୍ତୁତି କରାଯାଉଛି। ଆସନ୍ତା ଏପ୍ରିଲ୍‌ ମାସରେ ତାହା ପ୍ରକାଶ ପାଇ ପାରେ।

ପ୍ରଥମ ଡ୍ରାଫ୍‌ଟ୍‌ରେ ଲୋକେ ଆସାମର ବିଭିନ୍ନ ସ୍ଥାନରେ ଥିବା ଏନ୍‌ଆର୍‌ସି ସେବା କେନ୍ଦ୍ରରେ ସକାଳ ୮ଟା ପରେ ନିଜ ନାଁ ଯାଞ୍ଚ କରି ପାରିବେ। ଏସ୍‌ଏମ୍‌ଏସ୍‌ ଏବଂ ଅନ୍‌ଲାଇନ୍‌ରେ ମଧ୍ୟ ସେମାନେ ସୂଚନା ଯାଞ୍ଚ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe