୨୦୪୧ ସୁଦ୍ଧା ମୁସଲିମ ବହୁଳ ହୋଇଯିବ ଆସାମ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦାବି

Advertisment
୨୦୪୧ ସୁଦ୍ଧା ମୁସଲିମ ବହୁଳ ହୋଇଯିବ ଆସାମ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଦାବି

ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦାବି କରିଛନ୍ତି ଯେ ତାଙ୍କ ରାଜ୍ୟରେ ମୁସଲମାନ ଜନସଂଖ୍ୟା ପ୍ରତି ୧୦ ବର୍ଷରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଉଛି ଏବଂ ୨୦୪୧ ସୁଦ୍ଧା ସେମାନେ ସଂଖ୍ୟାଗରିଷ୍ଠ ହୋଇଯିବେ । ଏହାକୁ କେହି ଅଟକାଇପାରିବେ ନାହିଁ ।

ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଏକ ପରିସଂଖ୍ୟାନ ମଡେଲ ଅନୁଯାୟୀ ଆସାମରେ ୪୦ ପ୍ରତିଶତ ମୁସଲମାନ ଲୋକ ଅଛନ୍ତି। ୨୦୧୧ରେ ଆସାମରେ ୧.୪ କୋଟି ମୁସଲମାନ ଥିଲେ। ୨୦୪୧ ସୁଦ୍ଧା ଆସାମ ମୁସଲମାନ ବହୁଳ ରାଜ୍ୟ ରେ ପରିଣତ ହେବ। ଏହା ଏକ ବାସ୍ତବତା ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ । ’’

୨୦୧୧ ଜନଗଣନା ଅନୁସାରେ ଆସାମରେ ମୋଟ ମୁସଲମାନ ଜନସଂଖ୍ୟା ୧.୦୭ କୋଟି ଥିଲା, ଯାହା କି ମୋଟ ୩.୧୨ କୋଟି ବାସିନ୍ଦାଙ୍କ ୩୪.୨୨ ପ୍ରତିଶତ ଥିଲା । ରାଜ୍ୟରେ ୧.୯୨ କୋଟି ହିନ୍ଦୁ ଥିଲେ, ଯାହା କି ମୋଟ ଜନସଂଖ୍ୟାର ପ୍ରାୟ ୬୧.୪୭ ପ୍ରତିଶତ। ପ୍ରତି ୧୦ ବର୍ଷରେ ଆସାମରେ ମୁସଲମାନ ଜନସଂଖ୍ୟା ୧୧ ଲକ୍ଷ ବୃଦ୍ଧି ପାଉଛି। ଏହା ହିମନ୍ତ ବିଶ୍ୱ ଶର୍ମାଙ୍କ ତଥ୍ୟ ନୁହେଁ, ବରଂ ଭାରତୀୟ ଜନଗଣନା ତଥ୍ୟ। ଏସବୁ ପ୍ରକାଶିତ ତଥ୍ୟ। ’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe