କୃଷି ଋଣ ଛାଡ କଲା ବିଜେପି ଶାସିତ ଆସାମ

Advertisment
ସମବାୟ ସମିତିର ବିଚିତ୍ର ନୀତି; ବେପାରୀଙ୍କ ଧାନ ଧାନ ଉଠୁଛି, ଅସଲ ଚାଷୀ ହାତାଶ

dnaindia.com

ଗୌହାଟୀ : ୩ଟି ରାଜ୍ୟରେ ବିଜେପିଠାରୁ କଂଗ୍ରେସ କ୍ଷମତା ଛଡାଇ ନେବା ପରେ ବିଜେପିର ଚେତା ପଶିଛି । କୃଷିଋଣ ପ୍ରସଙ୍ଗରେ ବିଜେପି ମଧ୍ୟ ହଠାତ ସକ୍ରିୟ ହୋଇପଡିଛି । ଆଜି ଅପରାହ୍ନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ବିଜୁଳି ବିଲ୍‌ ଛାଡ କରିବା ପରେ ଆସାମରେ ଥିବା ବିଜେପି ସରକାର ମଧ୍ୟ କୃଷିଋଣ ଛାଡ କରିବା ବିଷୟରେ ଘୋଷଣା କରିଛନ୍ତି । ପ୍ରାୟ ୮ ଲକ୍ଷ ଚାଷୀଙ୍କର ମୋଟ ୬୦୦ କୋଟି ଟଙ୍କାର କୃଷିଋଣ ଛାଡ କରାଯିବ । ତେବେ ଏହା ଚାଷୀଙ୍କ ମୋଟ ଋଣର ୨୫ ପ୍ରତିଶତ ଓ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ ବୋଲି ଆସାମ ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରମୋହନ ପଟଓ୍ଵାରୀ କହିଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କ ଓ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ନିଆଯାଇଥିବା ଋଣ ଏଥିପାଇଁ ଯୋଗ୍ୟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe