ବିଧାନସଭ‌ା ନିର୍ବାଚନ ୨୦୨୧: ପଶ୍ଚିମବଙ୍ଗରେ ପୁଣି ମମତା,‌ କେରଳରେ ବାମ ସରକାର

Advertisment

ତାମିଲନାଡ଼ୁରେ ଡିଏମ୍‌କେ ସରକାର, ଆସାମରେ ବିଜେପି ପୁଣି କ୍ଷମତାକୁ ଫେରିବ

ତାମିଲନାଡ଼ୁରେ ଡିଏମ୍‌କେ ସରକାର, ଆସାମରେ ବିଜେପି ପୁଣି କ୍ଷମତାକୁ ଫେରିବ

ବିଧାନସଭ‌ା ନିର୍ବାଚନ ୨୦୨୧: ପଶ୍ଚିମବଙ୍ଗରେ ପୁଣି ମମତା,‌ କେରଳରେ ବାମ ସରକାର

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଗଲାଣି। ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ଆରମ୍ଭ ହୋଇଯାଇଛି। କ୍ଷମତାରୁ ମମତା ବାନାର୍ଜୀଙ୍କୁ ହଟାଇବା ପାଇଁ ବିଜେପି ଜୋରଦାର ପ୍ରୟାସ ଜାରି ରଖିଛି। ତେବେ ଆଇଏଏନ୍‌ଏସ- ସି ଭୋଟର୍‌ ଜନମତ ସର୍ଭେରେ ୨୯୪ ଆ‌ସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ମମତାଙ୍କ ଟିଏମ୍‌ସି ୧୫୪ ଆସନରେ ଜିତି ପୁଣି ସରକାର ଗଠନ କରିବ ବୋଲି ଆକଳନ କରାଯାଇଛି। ପଶ୍ଚିମବଂଗରେ ବିଜେପି ଏହାର ଆସନ ସଂଖ୍ୟା ୩ରୁ ୧୦୨କୁ ବୃଦ୍ଧି କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ତାମିଲନାଡ଼ୁରେ ବର୍ତ୍ତମାନ କ୍ଷମତାରେ ଥିବା ଏଆଇଏଡିଏମ୍‌କେ କ୍ଷମତା ବଜାୟ ରଖିବାକୁ ସମର୍ଥ ହେବନାହିଁ ଏବଂ ଡିଏମ୍‌କେ ସରକାର ଗଠନ କରିବ ବୋଲି ଏହି ସର୍ଭେରେ କୁହାଯାଇଛି । ଉଭୟ ଏବିପି-ସି ଭୋଟର୍‌ ସର୍ଭେ ଏବଂ ଆଇଏଏନ୍‌ଏସ- ସି ଭୋଟର ଡିଏମ୍‌କେ ପାଇଁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଆକଳନ କରିଛନ୍ତି। ଡିଏମ୍‌କେ ୧୬୦ ଆସନରେ ବିଜୟୀ ହୋଇପାରେ ଏବଂ ଏଆଇଏଡିଏମ୍‌କେର ଆସନ ସଂଖ୍ୟା ୧୨୪ରୁ ୬୪କୁ ଖସିଅାସିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷେର େକରଳେର ଶାସକ ଏଲ୍‌ଡିଏଫ୍‌ କିଛି ଆସନ ହରାଇବ, କିନ୍ତୁ ଏହା ପୁଣି ଥରେ କ୍ଷମତାକୁ ଆସିବାକୁ ସକ୍ଷମ ହେବ ବୋଲି ସର୍ଭେରୁ ଜଣାପଡ଼ିଛି। । ପ୍ରାୟ ୪୬ ପ୍ରତିଶତ ଭୋଟର୍‌ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆସାମରେ ବିଜେପି କ୍ଷମତାରେ ରହିବ େବାଲି ସର୍ଭେ ରିେପାଟୋରୁ ଜଣାପ଼଼଼ଡିଛି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଏନ୍‌ଡିଏ ୭୭ ଅାସନ ଦଖଲ କରିବାକୁ ସକ୍ଷମ େହାଇପାେର େବାଲି ଅାକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe