Advertisment

୧୦ ସୁଦ୍ଧା ୫ ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା

Advertisment
ଡରାଇଲାଣି ନିର୍ବାଚନୀ ହିଂସା: ପୁଲିସ ପାଇଁ ବିରାଟ ଆହ୍ବାନ

ନୂଆଦିଲ୍ଲୀ: ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଆସନ୍ତା ୮ରୁ ୧୦ ତାରିଖ ଭିତରେ ଘୋଷଣା ହୋଇପାରେ। ନିର୍ବାଚନ କମିସନ ସୂତ୍ରକୁ ଆଧାର କରି ଏକ ଟିଭି ଚ୍ୟାନେଲରେ ଏହା କୁହାଯାଇଛି। ଉପରୋକ୍ତ ୫ଟି ରାଜ୍ୟର ନିର୍ବାଚନ ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ହେବା ସମ୍ଭାବନା ରହିଛି। ୨୦୧୮ ନିର୍ବାଚନ ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନରେ ଗୋଟିଏ ପର୍ଯ୍ୟାୟରେ ଏବଂ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ତେବେ ଭିନ୍ନ ଭିନ୍ନ ତାରିଖରେ ୫ଟି ଯାକ ରାଜ୍ୟରେ ନିର୍ବାଚନ ହୋଇପାରେ। ଡିସେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ ୫ଟି ଯାକ ରାଜ୍ୟର ଭୋଟ ଗଣତି ହୋଇପାରେ।

ଉଲ୍ଲେଖଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନ ଅବଧି ଚଳିତବର୍ଷ ଡିସେମ୍ବର ୧୭ରେ ଶେଷ ହେବ। ଏଠାରେ ବିଜେପିର ସହଯୋଗୀ ଦଳ ଏମଏନଏଫ (ମିଜୋ ନ୍ୟାସନାଲ ଫ୍ରଣ୍ଟ) କ୍ଷମତାରେ ରହିଛି। ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଏବଂ ରାଜସ୍ଥାନ ବିଧାନସଭାର ଅବଧି ଜାନୁଆରି ମାସରେ ଶେଷ
ହେଉଛି। ତେଲେଙ୍ଗାନାରେ ବିଆର୍‌ଏସ୍‌, ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଶାସନ କ୍ଷମତାରେ ରହିଛି। ମୁକ୍ତ ଓ ଅବାଧରେ ନିର୍ବାଚନ ପରିଚାଳନା ପାଇଁ କମିସନଙ୍କ ପକ୍ଷରୁ ଆଜି ପ୍ରାୟ ୧୧୮୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe