ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି : ଅଟଳ ବୀମିତ କଲ୍ୟାଣ ଯୋଜନାରେ ମିଳିବ ସହାୟତା

ଆବେଦନ ଦାଖଲ ନିମନ୍ତେ ଇଏସଆଇସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି : ଅଟଳ ବୀମିତ କଲ୍ୟାଣ ଯୋଜନାରେ ମିଳିବ ସହାୟତା

ନୂଆଦିଲ୍ଲୀ : ରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ।

ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନଲାଇନରେ www.esic.in ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।

ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ନିଗମ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ ୧ ବର୍ଷ ପାଇଁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁରୂପ ଯୋଜନାକୁ ଜୁଲାଇ ପହିଲା ୨୦୨୦ ଠାରୁ ୩୦ ଜୁନ, ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୋଭିଡ-୧୯ ମହାମାରୀ ଏବଂ ତତସଂକ୍ରାନ୍ତ ଲକଡାଉନ କାରଣରୁ ଚାକିରି ହରାଇଥିବା ବୀମାଭୁକ୍ତ କର୍ମଚାରୀମାନଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀକୁ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe