କରୋନାରେ ମୃତ ପ୍ରବାସୀ ଓଡ଼ିଆଙ୍କ ଶବସତ୍କାର ପାଇଁ ସହାୟତା ମିଳିବ

Advertisment

ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାଇଲା ଓଡ଼ିଆ ମହାମଞ୍ଚ

ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାଇଲା ଓଡ଼ିଆ ମହାମଞ୍ଚ

ବାପାଙ୍କ ମୃତ୍ୟୁର ଦୁଇଦିନ ପରେ ପୁଅ ମୃତ

123rf.com

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କୋଭିଡ୍‌ଜନିତ କାରଣରୁ ମୃତ୍ୟୁବରଣ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଶବସତ୍କାର ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ପାଇଁ କାର୍ଯ୍ୟରତ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ । ତେବେ, ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳିନାହିଁ।

ଶ୍ରୀ ଧଳଙ୍କ କହିବାନୁସାରେ, କରୋନାରେ ପ୍ରାଣ ହରାଉଥିବା ବହୁ ପ୍ରବାସୀ ଓଡ଼ିଆଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନୁହନ୍ତି। ଫଳରେ, ଶବ ସତ୍କାର କରିବା ପାଇଁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ବି ହେଉଛି ଅର୍ଥ ଅଭାବରୁ ଶବ ଦିନେ ଦୁଇଦିନ ବି ପଡ଼ିରହୁଛି। ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଅକ୍ସିଜେନ୍‌ ସିଲିଣ୍ଡର୍‌ ଗଚ୍ଛିତ ରଖିବା ସହିତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ରୁମ୍‌ର ବନ୍ଦୋବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଥିଲା। ଏହି ଅନୁରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାାଣ୍ଠିରୁ ଶବ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଛି। ତେବେ, ଅନ୍ୟାନ୍ୟ ଦାବିଗୁଡ଼ିକ ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଏ ସମ୍ପର୍କରେ ସରକାର ଯଥାଶୀଘ୍ର ଚିନ୍ତାକ‌ଲେ, ପ୍ରବାସୀ ଓଡ଼ିଆ ଉପକୃତ ହେବେ ବୋଲି ଶ୍ରୀ ଧଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୪୦ ଜଣ ପ୍ରବାସୀ ଓଡ଼ିଆଙ୍କର କରୋନାରେ ମୃତ୍ୟୁ ହୋଇସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe