ପୃଥିବୀ ଆଡ଼କୁ ମାଡ଼ିଆସୁଛି ଗ୍ରହାଣୁ : ନାସା

ନାସା ବୈଜ୍ଞାନିକମାନେ ପୃଥିବୀ ସହ ଧକ୍କା ହୋଇପାରୁଥିବା ଏକ ଗ୍ରହାଣୁର ଆବିଷ୍କାର କରିଛନ୍ତି। ଏନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି। ଏହି ଗ୍ରହାଣୁର ଚଉଡ଼ା ପ୍ରାୟ ୧୩୦ରୁ ୩୦୦ ଫୁଟ ହେବ ବୋଲି ଆକଳନ କରାଯାଇଛି।

asteroid

ନ୍ୟୁୟର୍କ: ଯଦି କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କା ଖାଏ ତେବେ ଏହା ବିପର୍ଯ୍ୟୟ ସୃଷ୍ଟି କରିବ। କୁହାଯାଏ ପ୍ରାଗଐତିହାସିକ ଯୁଗରେ ଏଭଳି ଧକ୍କା ହେବା ପରେ ଡାଇନୋସର ବିଲୁପ୍ତ ହୋଇଯାଇଥିଲା । ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି ଯେ ଏକ ଗ୍ରହାଣୁ ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ରହିଛି। ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ସହ ଧକ୍କା ହୋଇପାରୁଥିବା ଏକ ଗ୍ରହାଣୁର ଆବିଷ୍କାର କରିଛନ୍ତି। ଏନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି। ଏହି ଗ୍ରହାଣୁର ଚଉଡ଼ା ପ୍ରାୟ ୧୩୦ରୁ ୩୦୦ ଫୁଟ ହେବ ବୋଲି ଆକଳନ କରାଯାଇଛି। ଏହା ଆସନ୍ତା ୨୦୩୨ ସୁଦ୍ଧା ପୃଥିବୀରେ ମାଡ଼ ହେବାର ଆଶଙ୍କା ରହିଛି ବୋଲି ନାସା କହିଛି ।

ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ୨୦୨୪ ୱାଇଆର୪ ନାମ ଦେଇଛନ୍ତି, ଯାହା ପୃଥିବୀ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ନାସାର ବିଶ୍ଳେଷଣରୁ ଜଣାପଡିଛି ଯେ ୨୦୩୨ ଡିସେମ୍ବର ୨୨ ରେ ଏହି ଗ୍ରହାଣୁ ପୃଥିବୀ ସହ ଧକ୍କା ହୋଇପାରେ । ୨୦୨୪ ଡିସେମ୍ବର ୨୭ ତାରିଖରେ ଏହି ଗ୍ରହାଣୁକୁ ପ୍ରଥମେ ଆଷ୍ଟ୍ରୋଏଡ୍ ଟେରେଷ୍ଟ୍ରିଆଲ୍-ଇମ୍ପେକ୍ଟ ଲାଷ୍ଟ ଆଲର୍ଟ ସିଷ୍ଟମ୍ (ଏଟିଏଲ୍ଏସ୍) ଦ୍ୱାରା ଦେଖିବାକୁ ମିଳିଥିଲା। ଅଧିକ ତଥ୍ୟ ମିଳିବା ପରେ ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ଗ୍ରହାଣୁ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe