ସେକେଣ୍ଡ୍‌କୁ ୬.୬୮ କି.ମି ବେଗରେ ଗତି କରୁଛି ବୋଇଙ୍ଗ ୭୪୭ଠାରୁ ବଡ଼ ଗ୍ରହାଣୁପୁଞ୍ଜ, ଆସନ୍ତାକାଲି ପାର୍‌ କରିବ ପୃଥିବୀର କକ୍ଷପଥ

Advertisment
ସେକେଣ୍ଡ୍‌କୁ ୬.୬୮ କି.ମି ବେଗରେ ଗତି କରୁଛି ବୋଇଙ୍ଗ ୭୪୭ଠାରୁ ବଡ଼ ଗ୍ରହାଣୁପୁଞ୍ଜ, ଆସନ୍ତାକାଲି ପାର୍‌ କରିବ ପୃଥିବୀର କକ୍ଷପଥ

indiatoday.in

ନୂଆଦିଲ୍ଲୀ: ବୋଇଙ୍ଗ ୭୪୭ ବିମାନ ଆକାରଠାରୁ ବଡ଼ ଏକ ଗ୍ରହାଣୁପୁଞ୍ଜ ପ୍ରତି ସେକେଣ୍ଡକୁ ୬.୬୮ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି। ଗ୍ରହାଣୁପୁଞ୍ଜ ୨୦୨୦ଆର୍‌କେ୨ ନାମକ ଏହି ସ୍ପେସ୍ ରକ୍ ବୁଧବାର (ଅକ୍ଟୋବର ୭) ଦିନ ରାତି ୧୦.୪୨ ସମୟରେ ପୃଥିବୀର କକ୍ଷପଥ ପାର ହେବା ପଥରେ ରହିଛି ବୋଲି ସୂଚନା ମିଳିଛି।

ଆମେରିକୀୟ ଗବେଷଣା କେନ୍ଦ୍ର ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ପୃଥିବୀ ପୃଷ୍ଠରୁ ୩୮,୩୦,୨୩୮ କିଲୋମିଟର ଦୂରରେ ରହିଥିବା ଏହି ଗ୍ରହାଣୁପୁଞ୍ଜ ଅତୀତକୁ ଜୁମ୍ କରିବ। ଏହି ଗ୍ରହାଣୁପୁଞ୍ଜଟି ପୃଥିବୀର ଅତ୍ୟନ୍ତ ପାଖରେ ଥାଇ ମଧ୍ୟ ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ପୃଥିବୀ ପୃଷ୍ଠରୁ ଏଯାଏ ଦେଖିପାରି ନାହାନ୍ତି।

publive-image
Republic World

ଗ୍ରହାଣୁପୁଞ୍ଜ ୨୦୨୦ଆର୍‌କେ୨ର ବ୍ୟାସ ୩୬ ମିଟର୍‌ରୁ ୮୧ ମିଟର୍‌ ବୋଲି ଆକଳନ କରାଯାଇଛି। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ପୃଥିବୀର କକ୍ଷପଥକୁ ଅତିକ୍ରମ କରି ଗ୍ରହାଣୁପୁଞ୍ଜଟି ଜୁମ୍ ହେବା ପରେ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଆମକୁ ଆଉ ଏହା ଦେଖାଦେବ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ନାସା ଅନ୍ୟ ଏକ ଗ୍ରହାଣୁକୁଞ୍ଜର ପୂର୍ବାନୁମାନ କରି କହିଥିଲା ଯେ ନଭେମ୍ବର ୩ ତାରିଖ ପୂର୍ବରୁ  ପୃଥିବୀ ଆଡକୁ ଆସୁଥିବା ଏକ ଗ୍ରହାଣୁପୁଞ୍ଜ ପୃଥିବୀ ‌ଦେହରେ ଧକ୍କା ହେବାର ଆଶଙ୍କା ରହିଛି।  ୨୦୧୮ଭିପିଆଇ ନାମକ ଏହି ଗ୍ରହାଣୁପୁଞ୍ଜ ପୃଥିବୀଠାରୁ ପ୍ରାୟ ୪୫୦୦୦୦୦ କିଲୋମିଟର ଦୂରରେ ରହିଛି। ଏହି ଗ୍ରହାଣୁପୁଞ୍ଜକୁ ପ୍ରଥମେ କାଲିଫର୍ଣ୍ଣିଆର ପାଲୋମାର ଅବଜରଭେଟୋରି ଦ୍ବାରା ୨୦୧୮ ମସିହାରେ ଆବିଷ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe