ଆସନ୍ତାକାଲି ପିରମିଡଠାରୁ ଦୁଇଗୁଣ ବଡ଼ ଏକ ଧୂମକେତୁ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ

ଆସନ୍ତାକାଲି ପିରମିଡଠାରୁ ଦୁଇଗୁଣ ବଡ଼ ଏକ ଧୂମକେତୁ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ

Indiatoday

ନୂଆଦିଲ୍ଲୀ: ଗିଜାର ଆଇକନିକ୍ ପିରାମିଡ୍ ଠାରୁ ଦୁଇଗୁଣ ବଡ଼ ଏକ ଧୂମକେତୁ ସେପ୍ଟେମ୍ବର ୬ରେ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି।  ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଏହି ଧୂମକେତୁ ଉପରେ ନଜର ରଖିଛି। ଏହି ଧୂମକେତୁକୁ ୪୬୫୮୨୪(୨୦୨୦ଏଫ୍‌ଆର୍‌) ନାମରେ ନାମିତ କରାଯାଇଛି। ସେଣ୍ଟର ଫର ଆର୍ଥ ଅବଜେକ୍ଟ ଷ୍ଟଡିଜ୍ ଅନୁଯାୟୀ ଏହାର ବ୍ୟାସ ୧୨୦ ମିଟରରୁ ୨୭୦ ମିଟର ମଧ୍ୟରେ।

ଯଦିଓ ଏହା ମିଶରର ପିରାମିଡର ଦୁଇଗୁଣ, ତେବେ ଖୁସି ଖବର ହେଉଛି ଏହା ପୃଥିବୀ ପୃଷ୍ଠ ସଂସ୍ପର୍ଶରେ ନାହିଁ। ଏକ ଟୁଇଟର ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ "ଆଷ୍ଟେରଏଡ୍ ୨୦୧୦ ଏଫ୍‌ଆର୍‌ ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ନାହିଁ"।

ନାସା ଆଷ୍ଟ୍ରଏଡ୍‌ ୱାଚର ଟ୍ବିଟ୍‌ର ଆକାଉଣ୍ଟ୍‌ରେ‌ ଆହୁରି ବି ଟ୍ବିଟ୍‌ କରାଯାଇଛି ଯେ ‘ଆମର ଗ୍ରହ ପ୍ରତିରକ୍ଷା ବିଶେଷଜ୍ଞମାନେ ଆଷ୍ଟେରଏଡ୍ ୨୦୨୦ଏଫ୍‌ଆର୍‌କୁ ନେଇ ଚିନ୍ତିତ ନୁହଁନ୍ତି ଏବଂ ଆପଣ ମଧ୍ୟ ଚିନ୍ତା କରିବା ଉଚିତ ନୁହେଁ। କାରଣ ଏହାର ପୃଥିବୀକୁ ଧକ୍କା ଦେବାର ଶୂନ୍ୟ ସମ୍ଭାବନା ଅଛି। ଏହା ସେପ୍ଟେମ୍ବର ୫ ରେ ୪.୬ ନିୟୁତ ମାଇଲ ଦୂରରେ ଆମ ଗ୍ରହ ଦେଇ ସୁରକ୍ଷିତ ଭାବରେ ଅତିକ୍ରମ କରିବ।’

ଆପଣ ଜାଣିରଖନ୍ତୁ ‌ଯେ ୨୦୧୦ ମାର୍ଚ ୧୮ ତାରିଖରେ କାଟାଲିନା ସ୍କାଏ ସର୍ଭେ ଦ୍ବାରା ଏହି ଧୂମକେତୁ ଆବିଷ୍କୃତ ହୋଇଥିଲା। ସେବେଠାରୁ ନାସା ଏହା ଉପରେ ନଜର ରଖିଥିଲା। ଯାହାକି ୬ରେ ପୃଥିବୀର କକ୍ଷପଥ ନିକଟ ଦେଇ ଅତିକ୍ରମ କରିବ ବୋଲି ପୂର୍ବାନୁମାନ ହୋଇଛି। ପୃଥିବୀର କକ୍ଷପଥ ଅତିକ୍ରମ କରିବାରେ ଧୂମକେତୁ ୪୬୫୮୨୪(୨୦୨୦ଏଫ୍‌ଆର୍‌) ପ୍ରଥମ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe