ନୂଆଦିଲ୍ଲୀ: ମହାକାଶଚାରୀ କ୍ରିଷ୍ଟିନା ହାମୋକ୍ କୋଚ୍ ହେବେ ଚନ୍ଦ୍ରକୁ ଯିବାରେ ବିଶ୍ବର ପ୍ରଥମ ମହିଳା। ଚନ୍ଦ୍ର ଦୁନିଆର ଅନୁସନ୍ଧାନ ଆରମ୍ଭ କରିବା ପରଠାରୁ ଚନ୍ଦ୍ର ପରିକ୍ରମା କରିବାରେ ସେ ହେବେ ପ୍ରଥମ ମହିଳା। ଆମେରିକୀୟ ମହାକାଶ ଏଜେନ୍ସି ନାସା ଘୋଷଣା କରିଛି ଯେ କ୍ରିଷ୍ଟିନା ହାମୋକ୍ କୋଚ୍ ଆମେରିକାର ମୁନ୍ ମିଶନର ବିଶେଷଜ୍ଞ ରହିବେ। ଏହି ମିଶନରେ ଚାରି ଜଣ ମହାକାଶଚାରୀ ଚନ୍ଦ୍ର ପରିକ୍ରମା ପାଇଁ ଓରିୟନ ମହାକାଶଯାନରେ ଯାତ୍ରା କରିବେ।
ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀ ଚନ୍ଦ୍ର କକ୍ଷପଥ ଓ ପୃଷ୍ଠକୁ ଯାଇଛନ୍ତି। ତେବେ, ଏହି ନୂଆ ଅଭିଯାନରେ ଜଣେ ମହିଳା ମହାକାଶଚାରୀଙ୍କ ଚନ୍ଦ୍ରପୃଷ୍ଠରେ ପ୍ରଥମ ଆଗମନ ହେବାକୁ ଯାଉଛି । ନାସା ଘୋଷଣା କରିଛି ଯେ ଚନ୍ଦ୍ର ଚାରିପଟେ ୧୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ କ୍ରିଷ୍ଟିନା ହାମୋକ୍ କୋଚ୍ଙ୍କ ସହ ମହାକାଶଚାରୀ ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଏବଂ ରିଡ୍ ୱାଇଜମ୍ୟାନ୍ ଏହି ମିଶନରେ ଯୋଗ ଦେବେ।
ଏଭଳି ଏକ ମିଶନର ସଦସ୍ୟ ରହିବା ଏକ ଗୌରବର ବିଷୟ। ଯେତେବେଳେ ମୁଁ ଏହି ମିଶନ ବିଷୟରେ ଚିନ୍ତା କରେ, ନିଜେ ବହୁତ ଆନନ୍ଦ ଅନୁଭବ କରେ। କାରଣ, ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ଚଲାଇବାକୁ ଯାଉଛୁ ଏବଂ ଆମେ ହଜାର ହଜାର ମାଇଲର ଉଚ୍ଚତାରେ ପହଞ୍ଚିବୁ ଏବଂ ସମସ୍ତ ପ୍ରଣାଳୀର ପରୀକ୍ଷଣ କରିବୁ ଏବଂ ତା’ପରେ ଆମେ ଚନ୍ଦ୍ର ଅଭିମୁଖେ ଯିବୁ ବୋଲି କୋଚ୍ ତାଙ୍କ ନାମ ଘୋଷଣା ହେବା ପରେ କହିଛନ୍ତି।
Follow Us