ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିଙ୍କ ନେତୃତ୍ବରେ ଅକ୍ଟୋବର ୩୧ରେ ‘ଆଇଏସ୍‌ଏସ୍‌’କୁ ‘କ୍ରୁ-୩ ମିସନ୍‌’ ପଠାଇବ ‘ନାସା’

ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିଙ୍କ ନେତୃତ୍ବରେ ଅକ୍ଟୋବର ୩୧ରେ ‘ଆଇଏସ୍‌ଏସ୍‌’କୁ ‘କ୍ରୁ-୩ ମିସନ୍‌’ ପଠାଇବ ‘ନାସା’

Image Courtesy of India Today

ନୂଆଦିଲ୍ଲୀ: ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିଙ୍କ ନେତୃତ୍ବରେ ଆଗାମୀ ଅକ୍ଟୋବର ୩୧ରେ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ (ଆଇଏସ୍‌ଏସ୍‌) ଅଭିମୁଖେ ‘ନାସା’ ‘ତୃତୀୟ ମିସନ୍‌’ ପ୍ରେରଣ କରିବ। ଏହାଛଡ଼ା, ‘ଆଇଏସ୍‌ଏସ୍‌’ରେ ଥିବା ‘କ୍ରୁ-୨ ମିସନ୍’ର ମହାକାଶଚାରୀମାନେ ନଭେମ୍ବର ମଧ୍ୟ ଭାଗ ବେଳକୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ‘ନାସା’ କହିଛି।

‘କ୍ରୁ-୩ ମିସନ୍‌’ରେ ମହାକାଶଚାରୀ ରାଜା ଚାରିଙ୍କୁ ମିସନ୍‌ କମାଣ୍ଡର୍‌, ଟମ୍ ମାର୍ସବର୍ଣ୍ଣ‌୍‌ଙ୍କୁ ପାଇଟଲ୍‌ ଏବଂ କେଏଲା ବ୍ୟାରନ୍‌ଙ୍କୁ ମିସନ୍‌ ସ୍ପେସାଲିଷ୍ଟ୍‌ ଭାବେ ପ୍ରେରଣ କରାଯିବ। ସେମାନଙ୍କ ସହ ମାଇକ୍ରୋଗ୍ରାଭିଟି ସ୍ପେସାଲିଷ୍ଟ୍‌ ଭାବେ ‘ୟୁରୋପିଆନ୍‌ ସ୍ପେସ୍ ଏଜେନ୍‌ସି’ର (ଇଏସ୍‌ଏ) ମହାକାଶଚାରୀ ମ୍ୟାଟିଆସ୍‌ ମୌରିୟର୍‌ ମଧ୍ୟ ଯାତ୍ରା କରିବେ।

publive-image Image Courtesy of OpIndia

ଉପରୋକ୍ତ ଚାରି ମହାକାଶଚାରୀ ‘ଡ୍ରାଗନ୍‌ କ୍ୟାପ୍‌ସୁଲ୍‌’ରେ ବନ୍ଧାଯାଇଥିବା ‘ସ୍ପେସ୍‌ଏକ୍ସ ଫାଲ୍‌କନ୍‌ ରକେଟ୍‌-୯’ରେ ଆରୋହଣ କରିବେ। ଫ୍ଲୋରିଡାସ୍ଥିତ ‘ନାସା’ର ‘କେନେଡି ସ୍ପେସ୍‌ ସେଣ୍ଟର୍‌’ର ‘କମ୍ପ୍ଲେକ୍ସ୍‌ ୩୯ଏ’ରୁ ଏହି ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଏଥିରେ ଥିବା ମହାକାଶଚାରୀମାନେ ଦୀର୍ଘ କାଳ ପର୍ଯ୍ୟନ୍ତ ମହାଶୂନ୍ୟରେ ଅବସ୍ଥାନ କରିବେ।

ଏହି ଅଭିଯାନ ନିମନ୍ତେ ମ୍ୟାଟିଆସ୍‌ ମୌରିୟର୍‌ ଏବଂ ଟୋମାସ୍ ହେନ୍‌ରି ମାର୍ସବର୍ଣ୍ଣଙ୍କ ସହ କାର୍ଯ୍ୟ କରିବା ସହ ତାଲିମ ନେଇଥିବାରୁ ଗୌରବାନ୍ବିତ ମନେକରୁଥିବା କଥା ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରି କହିଛନ୍ତି। ମିଲୱାଉକିରେ ଜନ୍ମିତ ଚାରି କିନ୍ତୁ, ଆଇଓୱାର ସିଡାର୍‌ ଫଲ୍ସ୍‌କୁ ଜନ୍ମସ୍ଥାନ ସହର ବୋଲି ବିଚାର କରନ୍ତି। ପୂର୍ବରୁ ସେ ଆମେରିକୀୟ ବାୟୁସେନାରେ କର୍ଣ୍ଣେଲ୍‌ ଭାବେ କାର୍ଯ୍ୟ କରୁଥିଲେ। ବିମାନରେ ସେ ପ୍ରାୟ ୨୫୦୦ ଘଣ୍ଟାରୁ ଅଧିକ କାଳ ବିତାଇ ଥିବା କଥା କହିଛନ୍ତି।

ଇଞ୍ଜିନିୟରିଙ୍ଗ୍‌ରେ ଡିଗ୍ରି ହାସଲ ପାଇଁ ରାଜା ଚାରିଙ୍କ ପିତା ଶ୍ରୀନିବାସ ଚାରି ହାଇଦ୍ରାବାଦରୁ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe