ଏଚ୍ଆର୍ ମୁଖ୍ୟଙ୍କ ସହ ଭିଡିଓ ଭାଇରାଲ୍‌ ହେବା ପରେ ଛୁଟିରେ ଗଲେ ଆଷ୍ଟ୍ରୋନୋମର ସିଇଓ

Advertisment

ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। ଏହି ସମୟର ଭିଡିଓ ହେଉଛି ଭାଇରାଲ୍‌।

ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। ଏହି ସମୟର ଭିଡିଓ ହେଉଛି ଭାଇରାଲ୍‌।

New Project

ନୂଆଦିଲ୍ଲୀ: ପତ୍ନୀଙ୍କୁ ଘରେ ଛାଡ଼ି ପ୍ରେମିକା ସହ କନସର୍ଟ ଯାଇଥିଲେ ଆଷ୍ଟ୍ରୋନୋମର ସିଇଓ। ଧରାଇ ପକାଇଦେଲା ଷ୍ଟାଡିୟମରେ ଲାଗିଥିବା କ୍ୟାମେରା। ବୋଷ୍ଟନରେ ଘଟିଛି ଏହି ଘଟଣା। କୋଲ୍ଡପ୍ଲେ କନସର୍ଟ ସମୟରେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଏକ ଭିଡିଓ କ୍ଲିପ୍ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। 

ଏହି ଭିିଡିଓ ଭାଇରାଲ୍‌ ହେବା ପରେ ‌ଏବେ ଆଷ୍ଟ୍ରୋନୋମର ସିଇଓ ଆଣ୍ଡି ବାଇରନଙ୍କୁ ଛୁଟି‌ରେ ପଠାଯାଇଛି। ଏହି ସମୟରେ ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଉତ୍ପାଦ ଅଧିକାରୀ ପିଟ୍ ଡିଜୋୟଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନି ପକ୍ଷରୁ ଶନିବାର ଘୋଷଣା ହୋଇଛି। 

ଟେକ୍ କମ୍ପାନି ଆହୁରି ମଧ୍ୟ ଆଣ୍ଡି ବାଇରନ୍ ଏବଂ କମ୍ପାନିର ଏଚ୍ଆର୍ ମୁଖ୍ୟ କ୍ରିଷ୍ଟିନ୍ କାବୋଟଙ୍କ ଭିଡିଓକୁ ନେଇ ତଦନ୍ତ କରିବ ବୋଲି କହିଛି। ଆଗାମୀ ଦିନରେ ଆହୁରି ଅଧିକ ବିବରଣୀ ପ୍ରକାଶ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଭାଇରାଲ୍‌ ହୋଇଥିବା  ଭିଡିଓ କ୍ଲିପରେ  କ୍ରିଷ୍ଟିନ୍ ଆଗରେ ଠିଆ ହୋଇଥିବା ବେଳେ ଆଣ୍ଡି ବାଇରନ୍ ତାଙ୍କ ପଛରେ ଠିଆ ହୋଇ ତାଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି। ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ଦୁହେଁ କଏଦ ହେବା ପରେ ଆଣ୍ଡି ତୁରନ୍ତୁ କ୍ରିଷ୍ଟିନଙ୍କୁ ଛାଡ଼ି ତଳେ ବସିପଡ଼ୁଛନ୍ତି ଆଣ୍ଡି ବାଇରନ୍। ଏହା ସହ କ୍ରିଷ୍ଟିନ ନିଜ ମୁହଁ ଲଚାଇ ପଛକୁ ଚାଲିଯାଉଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ, ସୋସିଆଲ ମିଡିଆରେ ସେମାନଙ୍କର ଅନୈତିକ ପ୍ରେମ ସମ୍ପର୍କକୁ ଚର୍ଚ୍ଚା ଆରମ୍ଭ ହୋଇଛି। ଘରେ ପତ୍ନୀଙ୍କୁ ଛାଡ଼ି ‌ଏଭଳି ପ୍ରେମିକା ସହ କନସର୍ଟ ଆସିବାକୁ ନେଇ ଆଣ୍ଡି ବାଇରନଙ୍କ ଏବେ ଲୋକ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe