ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି

ମଙ୍ଗଳବାର ୭୮ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର। ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ପାଇଁ ବେଶ୍‌ ଜଣାଶୁଣା।

bgfjm n

ନୂଆଦିଲ୍ଳୀ: ମଙ୍ଗଳବାର ୭୮ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ପ୍ରସିଦ୍ଧ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର। ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ ପାଇଁ ବେଶ୍‌ ଜଣାଶୁଣା। ଯାହାକୁ ସେ ୧୯୬୪ ମସିହାରେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରଫେସର ଫ୍ରେଡ୍ ହୋଏଲେଙ୍କ ସହ ମିଶି ବିକଶିତ କରିଥିଲେ। ଏହି ଥିଓରି ଜରିଆରେ ୧୯୧୫ ମସିହାରେ ପ୍ରକାଶିତ ଆଲବର୍ଟ ଆଇନଷ୍ଟାଇନଙ୍କ ‘ଜେନେରାଲ୍‌ ଥିଓରି ଅଫ୍‌ ରିଲେଟିଭିଟି’କୁ ଭଲକରି ମାଜିବାକୁ ଚେଷ୍ଟା କରାଯାଇଥିଲା। 

‘ହୋଏଲେ-ନାର୍ଲିକର ଥିଓରି ଅଫ୍‌ ଗ୍ରାଭିଟି’ କୁହ‌େ, ‘‘ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁର ବସ୍ତୁତ୍ୱ ଅନ୍ୟ ପ୍ରତ୍ୟେକ ବସ୍ତୁ ସହିତ ଏହାର ପାରସ୍ପରିକ କ୍ରିୟା ଦ୍ୱାରା ପ୍ରଭାବିତ ହୁଏ।’’ ଯଦିଓ ଆଇନଷ୍ଟାଇନ୍ ମଧ୍ୟ ଏହି ନୀତି ଦ୍ୱାରା ବହୁତ ଅନୁପ୍ରାଣିତ ହୋଇଥିଲେ, କିନ୍ତୁ ଏହାକୁ ତାଙ୍କ ଥିଓରିରେ ସାମିଲ କରିପାରିନଥିଲେ। ତେବେ ଜୟନ୍ତ ନାର୍ଲିକରଙ୍କୁ  'ଭାରତୀୟ ବ୍ରହ୍ମାଣ୍ଡ ସୃଷ୍ଟି ତତ୍ତ୍ଵ' ( Indian Cosmology) ର ଜନକ ବୋଲି ମଧ୍ୟ କୁହାଯାଏ।

ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ଏହି ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ନିଜ ଆତ୍ମଜୀବନୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ପଦ୍ମ ଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି। ନିଜ ଆତ୍ମଜୀବନୀ ପାଇଁ ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ‌ଏହି ବୈଜ୍ଞାନିକ ୧୯୯୬ ମସିହା ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ମଧ୍ୟ ପାଇଥିଲେ। ବିଭିନ୍ନ ସମୟରେ ଓଡ଼ିଶା ଆସିଥିବା ଡକ୍ଟର ନାର୍ଲିକର ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe