କରୋନା ଟିକା ପାଇଁ ଅଶ୍ବଗନ୍ଧା ଗୁରୁତ୍ବପୂର୍ଣ୍ଣ: ଦିଲ୍ଲୀ ଆଇଆଇଟି, ଜାପାନ ଗବେଷକଙ୍କ ଅଭିନବ ଆବିଷ୍କାର

Advertisment
କରୋନା ଟିକା ପାଇଁ ଅଶ୍ବଗନ୍ଧା ଗୁରୁତ୍ବପୂର୍ଣ୍ଣ: ଦିଲ୍ଲୀ ଆଇଆଇଟି, ଜାପାନ ଗବେଷକଙ୍କ ଅଭିନବ ଆବିଷ୍କାର

Plants Guru

ନୂଆଦିଲ୍ଲୀ: ମହାମାରୀ କରୋନାଭୂତାଣୁ ପାଇଁ କୌଣସି ସମ୍ଭାବ୍ୟ ଟିକା ଅନ୍ବେଷଣରେ ଅଶ୍ବଗନ୍ଧାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଦିଲ୍ଲୀ ଆଇଆଇଟି ଓ ଜାପାନର ସୁକୁବା ସ୍ଥିତ ଆଡ୍‌ଭାନ୍‌ସ୍‌ଡ୍‌ ଇଣ୍ତଷ୍ଟ୍ରିଆଲ୍ ସାଇନ୍ସ ଆଣ୍ତ୍ ଟେକ୍ନୋଲୋଜି(AIST‌)ର ଗବେଷକମାନେ ଆଶା ପୋଷଣ କରିଛନ୍ତିା ଅଶ୍ବଗନ୍ଧା ଓ ଶିଠା ବା ମହଣ(ପ୍ରପୋଲିସ୍‌)ରେ ରହିଥିବା ପ୍ରାକୃତିକ ଉପାଦାନଗୁଡି଼କ କରୋନାଭୂତାଣୁ ପ୍ରତିରୋଧୀ ଔଷଧ ପ୍ରସ୍ତୁତିରେ ଫଳପ୍ରଦ ସାବ୍ୟସ୍ତ ହୋଇପାରିବ ବୋଲି ମୁଖ୍ୟ ଗବେଷକ ପ୍ରଫେସର ଡି ସୁନ୍ଦର ଦୃଢ଼ କରି କହିଛନ୍ତି।

ଏ ସଂକ୍ରାନ୍ତ ସେମାନଙ୍କ ଗବେଷଣାଲବ୍ଧ ସନ୍ଦର୍ଭ ଖୁବ୍ ଶୀଘ୍ର ବାୟୋମଲିକ୍ୟୁଲାର ଷ୍ଟ୍ରକ୍ଚର ଆଣ୍ତ୍ ଡାଇନାମିକ୍ସ ନାମକ ପତ୍ରିକାରେ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଗବେଷକମାନେ ମୁଖ୍ୟତଃ ସାର୍ସ-କୋଭ୍-୨ ଭୂତାଣୁରେ ରହିଥିବା ମୁଖ୍ୟ ପ୍ରୋଟିନ୍‌(ଏମ୍‌ପିଆର୍‌ଓ)କୁ ଭାଙ୍ଗିବା ପାଇଁ ଏହାର କିଣ୍ବକ ବା ଏଞ୍ଜାଇମ୍‌ସକୁ ନିଶାଣ କରିଥିଲେ। ଉକ୍ତ ଭୂତାଣୁକୁ ବହୁଗୁଣିତ ହେବାରେ ଏହି 'ଏମ୍ପିଆର୍ଓ' ହିଁ ଗୁରୁତ୍ବପୂର୍ଣ୍ଣ। ତେବେ ଅଶ୍ବଗନ୍ଧାରେ ରହିଥିବା 'ୱିଥାନନ୍' ନାମକ ପ୍ରାକୃତିକ ଯୌଗିକ ଏବଂ ନିଉଜିଲାଣ୍ତ୍ରୁରୁ ସଂଗୃହୀତ ଶିଠାରେ ଥିବା କ୍ୟାଫିକ୍ ଏସିଡ୍ ଫେନିଥିଲ୍ ଇଷ୍ଟର (କେପ୍) ନାମକ ଉପାଦାନ ହିଁ ଏହି 'ଏମ୍ପିଆର୍‌ଓ'ର କ୍ରିୟାଶୀଳତାକୁ ଶିଥିଳ କରିବାରେ ସମର୍ଥ ବୋଲି ସେମାନେ ଜାଣିପାରିଛନ୍ତି। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ଧରଣର ଏବଂ ନିର୍ଦ୍ଦିଷ୍ଟ ଅନୁପାତର ଉତ୍ତମ ଗୁଣବତ୍ତା ବିଶିଷ୍ଟ ଅଶ୍ବଗନ୍ଧା ଓ ଶିଠାର ଆବଶ୍ୟକତା ରହିଛି ବୋଲି ପ୍ର. ସୁନ୍ଦର ପରାମର୍ଶ ଦେଇଛନ୍ତିା ଯଦିଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଡ଼ାଇବାରେ ଅଶ୍ବଗନ୍ଧାର ଖ୍ୟାତି ରହିଛି, ତେବେ ଏହି କରୋନାଭୂତାଣୁକୁ ରୋକିବାରେ ଏହାର ଭୂମିକା ସମ୍ପର୍କରେ ସେମାନଙ୍କର ଗବେଷଣା ଯଥେଷ୍ଟ ଆଲୋକପାତ କରିବ ବୋଲି ସେ ଆଶା ରଖିଛନ୍ତିା ଭାରତରେ ହଜାର ହଜାର ବର୍ଷ ଧରି ପାରମ୍ପରିକ ଚେରମୂଳି ବା ଆୟୁର୍ବେଦ ଚିକିତ୍ସା ପଦ୍ଧତି ପ୍ରଚଳିତ। ଆଧୁନିକ ଔଷଧ ଭଳି ଯଦିଓ ଚେରମୂଳିଗୁଡି଼କର କାର୍ଯ୍ୟକାରିତାକୁ ଏ ଯାଏ ବିଶ୍ଳେଷଣ କରାଯାଇପାରିନି, ତଥାପି ତାହାର ସୁଫଳକୁ କେହି ଏଡାଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe