ସବୁ ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ; ସର୍ବଦଳୀୟ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
ସବୁ ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ; ସର୍ବଦଳୀୟ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖ, ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉତ୍ଥାପିତ ପ୍ରତ୍ୟେକଟି ପ୍ରସଙ୍ଗ ଉପେରେ ଆମେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ।’ ଏଥିସହ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ଗଠନମୂଳକ ଓ ଫଳପ୍ରଦ ହେବ ବୋଲି ଆଶା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଶୀତକାଳୀନ ଅଧିବେଶନ ପାଇଁ ସବୁ ବିରୋଧୀ ଦଳ ଗୁଡ଼ିକର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଯଦି ଆବଶ୍ୟକ ପଡ଼େ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସଂସଦକୁ ଚାଲୁ ରଖିବା ସହ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ଗୃହୀତ କରାଯିବ ବୋଲି ମଧ୍ୟ ସର୍ବଦଳୀୟ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

publive-image

ତେବେ, ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପ୍ରକାର ବକ୍ତବ୍ୟରେ ସନ୍ତୁଷ୍ଟ ନାହାନ୍ତି। ରାଫେଲ ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା କରାଇବା ସହ ସିବିଆଇ ଓ ରିଜର୍ଭ ବ୍ୟାଙ୍କ୍‌ ପ୍ରସଙ୍ଗରେ ସରକାର ଓ ସରକାରୀ ଦଳକୁ ସଂସଦର ଶୀତକାଳୀନ ଅଧିବେଶନରେ ଘେରିବା ପାଇଁ ବିରୋଧୀ ଦଳଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe