ସରୋଜ ହସ୍ପିଟାଲ୍‌ର ଏକକାଳୀନ ୮୦ ଡାକ୍ତରଙ୍କୁ କୋଭିଡ୍

Advertisment

୨୦ ଦିନରେ ୩୪ ଏଏମ୍‌ୟୁ ପ୍ରଫେସରଙ୍କ ଜୀବନ ନେଲା କୋଭିଡ୍‌

୨୦ ଦିନରେ ୩୪ ଏଏମ୍‌ୟୁ ପ୍ରଫେସରଙ୍କ ଜୀବନ ନେଲା କୋଭିଡ୍‌

ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ପଜିଟିଭ୍‌: ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ୱାଙ୍ଖ୍‌ଡେକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ସରୋଜ ହସ୍ପିଟାଲ୍‌ର ୮୦ ଜଣ ଡାକ୍ତର ଏକାବେଳକେ କୋଭିଡ୍‌ ପଜିଟିଭ୍‌ ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେମାନଙ୍କ ଭିତରୁ ୧୨ ଜଣ ଉକ୍ତ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ନିଜଘରେ ସଂଗରୋଧରେ ରହିଛନ୍ତି। ଉକ୍ତ ହସ୍ପିଟାଲ୍‌ରେ କୋଭିଡ୍‌ ପୀଡ଼ିତମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଏପରି ଅଧିକ ସଂଖ୍ୟକ ଡାକ୍ତର ଏକକାଳୀନ ସଂକ୍ରମିତ ହେବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବହିଃଚିକିତ୍ସା ବିଭାଗ(ଓପିଡି)କୁ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ନିକଟରେ, ଉକ୍ତ ଡାକ୍ତରଖାନାରେ ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ସର୍ଜନ ଡା.ଏକେ ରାଵତଙ୍କର କୋଭିଡ୍‌ରେ ପରଲୋକ ଘଟିଥିଲା। ସରୋଜ ହସ୍ପିଟାଲର ଏହି ସଦ୍ୟ ଘଟଣାକୁ ମିଶାଇ କିଛି ଦିନ ଭିତରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାର ପ୍ରାୟ ୩୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି।

ଆଲିଗଡ଼: ଗତ ୨୦ ଦିନ ଭିତରେ ଉତ୍ତରପ୍ରଦେଶର ଆଲିଗଡ଼ ସ୍ଥିତ ଆଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ(ଏଏମ୍‌ୟୁ)ର ୩୪ ଜଣ ପ୍ରଫେସରଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେମାନଙ୍କ ମଧ୍ୟରେ ୧୬ ଜଣ ପ୍ରାଧ୍ୟାପକ ଥିବା ବେଳେ ୧୮ ଜଣ ଅବସରପ୍ରାପ୍ତ ଅଧ୍ୟାପକ ବୋଲି ଜଣାଯାଇଛି। ବିଶ୍ବବିଦ୍ୟାଳୟ କିମ୍ବା ଆଖପାଖ ଇଲାକାରେ କୌଣସି ନୂତନ ପ୍ରଜାତିର କରୋନାଭୂତାଣୁ ଯୋଗୁଁ ଏପରି ଅଘଟଣ ହୋଇଛି ବୋଲି ଆଶଙ୍କା କରି ଏହାର ଅନୁଧ୍ୟାନ କରିବାକୁ କୁଳପତି ତାରିକ୍‌ ମନ୍‌ସୁର ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍)କୁ ସୋମବାର ଚିଠି ଲେଖିଛନ୍ତି। ସେହିପରି ବିଶ୍ବବିଦ୍ୟାଳୟ ଅଧୀନ ଜବାହାରଲାଲ ନେହରୁ ମେଡିକାଲ୍‌ କଲେଜର ୨୫ ଜଣ ଡାକ୍ତର ମଧ୍ୟ ବିଗତ ୧୫ ଦିନ ଭିତରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ତେଣୁ ଉକ୍ତ ମେଡିକାଲ କଲେଜର ଅଣୁଜୀବ ବିଜ୍ଞାନ ପରୀକ୍ଷାଗାର ପକ୍ଷରୁ କିଛି ନମୁନାକୁ ଆନୁବଂଶିକ ଅନୁକ୍ରମ ଅଧ୍ୟୟନ ପାଇଁ ନୂଆଦିଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜିନୋମ୍‌ ଆଣ୍ଡ୍‌ ଇଣ୍ଟିଗ୍ରେଟେଡ୍‌ ବାୟୋଲୋଜି(ଆଇଜିଆଇବି) ପରୀକ୍ଷାଗାରକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe