ଉପହାର ଆକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମେସିଙ୍କ ଜର୍ସି

Advertisment
ଉପହାର ଆକାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ମେସିଙ୍କ ଜର୍ସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଆର୍ଜେଣ୍ଟିନାର ପେଟ୍ରୋଲିୟମ କମ୍ପାନି ୱାଇପିଏଫର ସଭାପତି ପାବଲୋ ଗୋଞ୍ଜାଲେଜଙ୍କୁ ଭେଟିଥିଲେ। ଏହି ଅବସରରେ ମୋଦୀଜୀଙ୍କୁ ବିଶେଷ ଉପହାର ସ୍ୱରୂପ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଏକ ଜର୍ସି ଦିଆଯାଇଥିବା ଜଣାପଡ଼ିଛି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ନିଉଜ୍ ଏଜେନ୍ସି ଏଏନଆଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାବଲୋ ଗୋଞ୍ଜାଲେଜ ଜର୍ସି ଧରିଥିବାର ଫଟୋ ଟ୍ବିଟ କରିଛି।

ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆ ଏନର୍ଜି ୱିକରେ ଶେଷ ଭାଷଣ ଦେବା ପରେ ୱାଇପିଏଫର ସଭାପତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେସିଙ୍କ ଜର୍ସି ହସ୍ତାନ୍ତର କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଆର୍ଜେଣ୍ଟିନାର ବିଜ୍ଞାନ, କାରିଗରୀ ବିଦ୍ୟା ଓ ଉଦ୍ଭାବନ ମନ୍ତ୍ରୀ ଡାନିଏଲ ଫିଲ୍ମସ, ତାଙ୍କୁ ମେସିଙ୍କ ଜର୍ସି ଦେଇ ସ୍ବାଗତ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe