ଡେରାଡୁନ୍: ଆଜି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ଗୋଟାଏ ବିଦ୍ୟୁତ୍ ଟ୍ରାନ୍ସ୍ଫର୍ମର୍ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ୫ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଉତ୍ତରାଖଣ୍ଡ ‘ଡିଜିପି’ ଅଶୋକ କୁମାର କହିଛନ୍ତି, ପିପଲକୋତିର ଫାଣ୍ଡି ଇନ୍ଚାର୍ଜଙ୍କ ସମେତ ଏଯାବତ୍ ୧୦ଜଣଙ୍କର ମୃତ୍ୟୁ ଘଟିଛି।
Image Courtesy of India Todayଅଘଟଣରେ ଅନେକ ଲୋକ ପୋଡ଼ିଯାଇ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚାମୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପରମେନ୍ଦ୍ର ଡୋଭାଲ୍ କହିଛନ୍ତି।
ଟ୍ରାନ୍ସ୍ଫରମର୍ ବିସ୍ଫୋରଣ ଘଟିଥିବା ନିର୍ମାଣାଧୀନ ନମାମି ଗଙ୍ଗେ ସ୍ବିରେଜ୍ ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍ ଅଭିଯାନ ଆରମ୍ଭ କରିଛନ୍ତି।
Image Courtesy of News9ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରକଳ୍ପସ୍ଥଳର ‘କେୟାର୍ଟେକର୍’ଙ୍କୁ କରେଣ୍ଟ୍ ମାରିଥିଲା। ସେତେବେଳକୁ ଅଳକାନନ୍ଦା ନଦୀ କୂଳରେ ଲାଗିଥିବା ରେଲିଙ୍ଗ୍ରେ ବିଜୁଳି ପ୍ରବାହିତ ହେଉଥିଲା। ତେଣୁ, ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ, ତାଙ୍କ (କେୟାର୍ଟେକର୍) ପରିବାର ଲୋକଙ୍କୁ ମଧ୍ୟ ସେହି ରେଲିଙ୍ଗ୍ରୁ ବିଜୁଳି ଆଘାତ ଲାଗିଥିଲା।
Follow Us