Image Courtesy of India Today
ପାଟନା: ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୧୨୮ଜଣଙ୍କର ମୃତ୍ୟୁ ଘଟିଥିବା ଓ ୧୪୦ରୁ ଅଧିକ ଲୋକ ହୋଇଥିବା ରାଷ୍ଟ୍ରାୟତ ନେପାଳ ଟେଲିଭିଜନ୍ ରିପୋର୍ଟ କରିଛି।
ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଅନ୍ଧାର ରାତିରେ ସ୍ଥାନୀୟ ଜନସାଧାରଣ କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରୁଥିବା କଥା ମଧ୍ୟ ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି।
‘ନ୍ୟାସ୍ନାଲ୍ ଆର୍ଥକ୍ବେକ୍ ମେଜର୍ମେଣ୍ଟ୍ ସେଣ୍ଟର୍’ର ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳ। ଗତରାତି ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।
Image Courtesy of India Todayପୂର୍ବରୁ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଥିଲା: ଜାଜରକୋଟ୍ର ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଜାଜରକୋଟ ଜିଲ୍ଲାରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି, ପଡ଼ୋଶୀ ପଶ୍ଚିମ ରୁକୁମ୍ ଜିଲ୍ଲାରେ ୩୫ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ନେପାଳର ଗୃହମନ୍ତ୍ରାଳୟ କହିଛି ଯେ, ଦୈଲେଖ, ଶାଳିୟାନ୍ ଓ ରୋପ୍ଲା ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସୁଛି।
ଭୂମିକମ୍ପ ଶକ୍ତିଶାଳୀ ଥିଲା ଯେ, ସେ ଜନିତ କମ୍ପନ ୫୦୦ କିଲୋମିଟର୍ ଦୂରରେ ଅବସ୍ଥିତ ଭାରତର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଓ ବିହାର ରାଜ୍ୟର ପାଟନାରେ ବି ଅନୁଭୂତ ହୋଇଛି। ଦିଲ୍ଲୀ ଓ ପାଟନାରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଯାଇଥିଲେ।
ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦାହାଲଙ୍କ କାର୍ଯ୍ୟାଳୟସୂତ୍ରରୁ ପ୍ରକାଶ ଯେ, ଦେଶର ୩ ନିରାପତ୍ତା ଏଜେନ୍ସିଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଜାଜର୍କୋଟ୍ ଜିଲ୍ଲା ଚିକିତ୍ସାଳୟରେ ଆହତ ଲୋକମାନଙ୍କର ଚିକିତ୍ସା ଚାଲିଛି।
Follow Us