Image Courtesy of Hindustan Times
ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ବିପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଆରମ୍ଭ କରିଥିବା ଟିକାକରଣ ଅଭିଯାନରେ ଏ ସପ୍ତାହରେ ୧୨୮, ୦୦୦ରୁ ଅଧିକ ଲୋକ ‘ଫାଇଜର୍-ବାୟୋଜଏନ୍ଟେକ୍’ ଟିକାର ପ୍ରଥମ ଡୋଜ୍ ନେଇଥିବା ’ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ କରିଛି।
୨.୯ ନିୟୁତ ଲୋକଙ୍କ ନିମନ୍ତେ ଆମେରିକା ପ୍ରଥମ ପର୍ଯ୍ୟାୟରେ ଯଥେଷ୍ଟ ପରିମାଣର କୋଭିଡ୍-୧୯ ଟିକା ଯୋଗାଇ ଦେଇପାରିବ ବୋଲି ଆଶା କରାଯାଉଛି। ଏଥିପାଇଁ ଆମେରିକାର ବିଭିନ୍ନ ପ୍ରଦେଶରେ ଥିବା ଡାକ୍ତରଖାନାଗୁଡ଼ିକୁ ଆବଶ୍ୟକ ମୁତାବକ ଟିକା ବଣ୍ଟନ କରାଯାଇଛି।
Image Courtesy of NDTVଅନ୍ୟ ଏକ ରିପୋର୍ଟ ଅନୁସାରେ, ବଡ଼ଦିନ ଅବସରରେ ସାଣ୍ଟା କ୍ଲଜ୍ ଘରକୁ ଘର ବୁଲି ବାଳକ ବାଳିକାମାନଙ୍କୁ ନିରାପଦରେ ଉପହାର ଦେଇ ପାରିବେ କି, ବୋଲି ଆମେରିକାର ସଂକ୍ରମଣ ରୋଗ ବିଭାଗର ମୁଖ୍ୟ ଡାକ୍ତର ଆନ୍ଥୋନି ଫାଉଚିଙ୍କୁ ପଚରାଯାଇଥିଲା। ସେ କହିଲେ କି, ମୁଁ ନିଜେ ସାଣ୍ଟା କ୍ଲଜ୍ଙ୍କୁ ଟିକା ଦେଇଛି।
ଡିସେମ୍ବର ୨୫ ତାରିଖ ଦିନ ସାଣ୍ଟା ନିରାପଦରେ ଘରେ ପ୍ରବେଶ କରିପାରିବ କି ବୋଲି ଶନିବାର ଦିନ ‘ସିସେମ୍ ଷ୍ଟ୍ରିଟ୍ କରୋନାଭାଇରସ୍ ଟାଉନ୍ହଲ୍ ଫର୍ ଫ୍ୟାମିଲିଜ୍’ରେ ପିଲାମାନେ ଡାକ୍ତର ଫାଉଚିଙ୍କୁ ପଚାରିଥିଲେ।
ଉତ୍ତର ଦେଇ ସେ କହିଲେ, ତୁମେ ସବୁ ବିରକ୍ତ ହେବ ବୋଲି ସେ ବ୍ୟବସ୍ଥା ମୁଁ କରି ସାରିଛି। ମୁଁ ଉତ୍ତରମେରୁ ଗସ୍ତରେ ଯାଇଥିଲି। ସେଠାରେ ମୁଁ ନିଜେ ସାଣ୍ଟା କ୍ଲଜ୍ଙ୍କୁ ଟିକା ଦେଇଛି। ମୁଁ ତାଙ୍କର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ପରୀକ୍ଷା କରିଥିଲି। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଭଲ ଅଛି। ସେ ଚିମ୍ନି ବାଟେ ଘରକୁ ପଶି ପାରିବେ। ସେ ବିଷୟରେ ତୁମେ ସବୁ ଚିନ୍ତା କରିବାର କୌଣସି କାରଣ ନାହିଁ।
Follow Us