ଉତ୍ତରାଖଣ୍ଡର ଚକରାତାରେ ସଡ଼କ ଦୁର୍ଘଟଣା: ଅନ୍ୟୂନ ୧୩ ମୃତ, ୪ ଆହତ

ଉତ୍ତରାଖଣ୍ଡର ଚକରାତାରେ ସଡ଼କ ଦୁର୍ଘଟଣା: ଅନ୍ୟୂନ ୧୩ ମୃତ, ୪ ଆହତ

Image Courtesy of NCR News

ଡେରାଡୁନ୍‌: ଆଜି ଉତ୍ତରାଖଣ୍ଡର ଡେରାଡୁନ୍‌ ଜିଲ୍ଲା ଅନ୍ତର୍ଗତ ଚକରାତା ତହସିଲ୍‌ ଅଞ୍ଚଳର ବୁଲ୍‌ହଦା-ବାଲିଆ ରାସ୍ତାରେ ଦୁର୍ଘଟଣା ଘଟି ଅନ୍ୟୂନ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ଜଣ ଆହତ ହୋଇଛନ୍ତି।

ଯାତ୍ରୀମାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଗୋଟାଏ ଖାତ ମଧ୍ୟକୁ ଖସିପଡ଼ିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣା ଖବର ପ୍ରସାରିତ ହେବା କ୍ଷଣି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଉଦ୍ଧାରକାରୀମାନେ ଉଦ୍ଧାରକାର୍ଯ୍ୟ ଚଳାଇଥିବା କଥା ସେମାନେ ସୁନିଶ୍ଚିତ କହିଛନ୍ତି।

publive-image Representative Image Courtesy of Deccan Herald

ଚକତାରାର ‘ଷ୍ଟେସନ୍‌ ହାଉସ୍‌ ଅଫିସର୍‌’ ସତେନ୍ଦ୍ର ଭାଟି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ୧୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସେ କହିଛନ୍ତି, ଦୁର୍ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିବା ଗ୍ରାମବାସୀମାନଙ୍କ ସହଯୋଗରେ ଶବଗୁଡ଼ିକୁ ଉଦ୍ଧାର କରାଯାଇଛି। ଖୁବ୍‌ ଦୂର ତଥା ଅଭ୍ୟନ୍ତର ଅଞ୍ଚଳ ହୋଇଥିବାରୁ ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂଲଗ୍ନ ସଡ଼କର ୩୦୦ ଫୁଟ୍‌ ଗଭୀରରେ ଗାଡ଼ିଟି ଖସିପଡ଼ିଛି।

ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ‘ଏସ୍‌ଡିଆର୍‌ଏଫ୍‌’ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe