ପାକିସ୍ତାନରେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ଅନ୍ୟୂନ ୨୦ ମୃତ

Advertisment
ପାକିସ୍ତାନରେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ଅନ୍ୟୂନ ୨୦ ମୃତ

Image Courtesy of India TV News

ଇସ୍‌ଲାମାବାଦ୍‌: ଆଜି ପାହାନ୍ତା ପହର ପୂର୍ବରୁ ଦକ୍ଷିଣ ପାକିସ୍ତାନରେ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ଅନ୍ୟୂନ ୨୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ ପ୍ରାୟ ୧୦୨ କିଲୋମିଟର୍‌ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୫.୪ ବୋଲି ପ୍ରଥମେ ‘ୟୁରୋପିଆନ୍‌ ମେଡିଟେରିଆନ୍‌ ସିସ୍‌ମୋଲୋଜିକାଲ୍‌ ସେଣ୍ଟର୍‌’ କହିଥିଲେ ବି ପରେ ସଂଶୋଧନ କରି ତାହା ୫.୭ ବୋଲି ଉଲ୍ଲେଖ କରିଛି।
ଘରର ଛାତ ଓ କାନ୍ଥ ପଡ଼ିଯିବାରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ବରିଷ୍ଠ ପ୍ରାଦେଶିକ ସରକାରୀ ଅଧିକାରୀ ସୁହୈଲ୍‌ ଅନ୍‌ଓ୍ଵାର୍‌ ହାସ୍‌ମି ଗଣମାଧ୍ୟମକୁ କହିଛନ୍ତି। ପ୍ରାଣ ହରାଇଥିବା ୨୦ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ୬ଜଣ ପିଲା।

publive-image Image Courtesy of Business Standard

ପ୍ରାଦେଶିକ ଗୃହମନ୍ତ୍ରୀ ମିର୍‌ ଜିଆ ଉଲ୍ଲା ଲଙ୍ଗାଉ କହିଛନ୍ତି, ଭୂମିକମ୍ପ ହେତୁ ୨୦ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଆମେ ପାଇଛୁ। ଉଦ୍ଧାର ଉଦ୍ୟମ ଚାଲିଛି।
ବାଲୋଚିସ୍ତାନର ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନାସୀର୍‌ ନାସାର୍‌ ଗଣମାଧ୍ୟମକୁ କହିଛନ୍ତି, ୧୫ ରୁ ୨୦ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।
ଭୂମିକମ୍ପ ଯୋଗୁଁ ବାଲୋଚିସ୍ତାନ ଅନ୍ତର୍ଗତ ସୁଦୂର ପାର୍ବତ୍ୟ ଘେରା ହର୍‌ନାଇ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ରାସ୍ତାଘାଟ, ବିଜୁଳି ସଂଯୋଗ ଏବଂ ମୋବାଇଲ୍‌ ନେଟ୍‌ଓ୍ଵାର୍କ ଆଦି ନ ଥିବାରୁ ଉଦ୍ଧାର ଉଦ୍ୟମରେ ବାଧା ଉପୁଜୁଛି। ବାଲୋଚିସ୍ତାନର ପ୍ରାଦେଶିକ ରାଜଧାନୀ କ୍ୱେଟାରେ ମଧ୍ୟ ଉକ୍ତ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe