ଇରାନ ବନ୍ଦରରେ ପ୍ରଚଣ୍ଡ ବିସ୍ଫୋରଣ, ୪୦୦ରୁ ଅଧିକ ଆହତ

ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୪୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି। ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।

iran

ତେହେରାନ : ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୪୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି। ଏହି ବିସ୍ଫୋରଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ତୃତୀୟ ପରମାଣୁ ଆଲୋଚନା ଚାଲିଛି। ତଥାପି, ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ବନ୍ଦର ଆବାସ ସହରର ସହିଦ ରାଜି ବନ୍ଦରରେ ଏହି ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ବିସ୍ଫୋରଣ ପରେ ବନ୍ଦରର କାର୍ଯ୍ୟକଳାପ ବନ୍ଦ କରାଯାଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତାହାର ପ୍ରଭାବରେ ଅନେକ କିଲୋମିଟର ଦୂରରେ ଝରକା ଭାଙ୍ଗି ଯାଇଥିଲା।

ଇରାନର ତସନିମ ନ୍ୟୁଜ ଏଜେନ୍ସିର ସୂଚନା ଅନୁସାରେ ବିସ୍ଫୋରଣ ସମୟରେ ବନ୍ଦରରେ ଅନେକ କର୍ମଚାରୀ କାମ କରୁଥିଲେ । ସେମାନେ ହିଁ ଆହତ ହୋଇଛନ୍ତି ଓ କେତେକ ମୃତ୍ୟୁବରଣ କରିଥିବାର ଆଶଙ୍କା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe