ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳର ଆବାସିକ କୋଠାରେ ନିଅାଁ ଲାଗି ଅନ୍ୟୂନ ୫ ମୃତ

Advertisment
ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳର ଆବାସିକ କୋଠାରେ ନିଅାଁ ଲାଗି ଅନ୍ୟୂନ ୫ ମୃତ

ନୂଆଦିଲ୍ଲୀ: ସୋମବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରେ ଏକ ଆବାସିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୫ ଜଣ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଥିଲେ ବି ଜଳନ୍ତା କୋଠା ଘର ମଧ୍ୟରେ ଆହୁରି କିଛି ଲୋକ ଅଟକି ରହି ଯାଇଥିବା ଆଶଙ୍କା କାରାଯାଉଛି।

ମଣ୍ଡିର ନେର୍‌ ଚୌକ୍‌ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅନ୍ୟୂନ ତିନୋଟି ଦମକଳ ଯାଇଛି।

ମଣ୍ଡିର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ରାଜୀବ କୁମାର କହିବା ଅନୁସାରେ, ଏଲ୍‌ପିଜି ସିଲିଣ୍ଡର୍‌ ବିସ୍ଫୋରଣ ଅଗ୍ନିକାଣ୍ଡର କାରଣ ବୋଲି ଜଣାପଡୁଛି।
ଉଦ୍ଧାର ଅଭିଯାନ ପାଇଁ ଅଧିକ ଉଦ୍ଧାରକାରୀଙ୍କୁ ପଠାଯାଉଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ମଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ୍‌ ଋଗ୍‌ବେଦ ଠାକୁର ଦୁର୍ଘଟଣାସ୍ଥଳକୁ ବାହାରିଛନ୍ତି।

ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକ କୌଣସି ସୂଚନା ଏ ଯାବତ୍‌ ହସ୍ତଗତ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe