ମେକ୍ସିକୋରେ ବିମାନ ଦୁର୍ଘଟଣା ଘଟି ଅନ୍ୟୂନ ୬ ସୈନିକ ମୃତ

Advertisment
ମେକ୍ସିକୋରେ ବିମାନ ଦୁର୍ଘଟଣା ଘଟି ଅନ୍ୟୂନ ୬ ସୈନିକ ମୃତ

Image Courtesy of Business Standard

ନୂଆଦିଲ୍ଲୀ: ଭେରାକ୍ରୁଜ୍‌ ପ୍ରଦେଶ ଅନ୍ତର୍ଗତ ଏମିଲିଆନୋ ଜାପାଟା ପୌରାଞ୍ଚଳରେ ରବିବାର ସକାଳ ପ୍ରାୟ ୯:୪୫ରେ ମେକ୍‌ସିକୋ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ୬ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା କଥା ଜାତୀୟ ସୁରକ୍ଷା ମନ୍ତ୍ରାଳୟ (ସେଡେନା) ରିପୋର୍ଟ କରିଛି।
ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ବିମାନର ପାଇଲଟ୍‌ ଓ ସହ ପାଇଲଟ୍‌।

ଏକ ସଂକ୍ଷିପ୍ତ ରିପୋର୍ଟରେ ସେଡେନା କହିଛି ଯେ, ପଞ୍ଜିକୃତ ସଂଖ୍ୟା ୩୯୧୨ ଥିବା ଲିୟର୍‌ଜେଟ୍‌ ୪୫ ବିମାନଟି ରବିବାର ସକାଳେ ଇଆଇ ଲେନ୍‌ସିରୋ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଦୁର୍ଘଟଣା ଘଟିଥିଲା।

publive-image Image Courtesy of payingame

ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଦୁର୍ଘଟଣାର ସମ୍ଭାବ୍ୟ କାରଣ ନିର୍ଦ୍ଧାରଣ କରିବା ଲାଗି ମନ୍ତ୍ରାଳୟର ବିମାନ ଦୁର୍ଘଟଣା ତଦନ୍ତ, ବିଚାର ବିଭାଗୀୟ ଆୟୋଗ, ସେନାର ଇନ୍‌ସ୍‌ପେକ୍ସନ୍‌ ଓ କମ୍ପପ୍ଟ୍ରୋଲର୍‌ ଜେନେରାଲ ଏବଂ ବାୟୁସେନା ବିଶେଷଜ୍ଞମାନଙ୍କ ରିପୋର୍ଟ ସମୀକ୍ଷା କରିବେ।
ବିମାନ ବନ୍ଦର ନିକଟରେ ଥିବା ଏକ ପଡ଼ିଆରେ ବିମାନଟି ଖସି ପଡ଼ିବାରୁ ଏହାର କକ୍‌ପିଟ୍‌ ଏବଂ ଲାଞ୍ଜ ବ୍ୟତୀତ ବାକି ସବୁ ଅଂଶ ଧ୍ୱଂସ ହୋଇଯାଇଛି ବୋଲି ମନ୍ତ୍ରାଳୟ କହିଛି।

ଦୁର୍ଘଟଣାର କାରଣ ହଠାତ୍‌ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe