‘ଆଇପିଏସ୍‌’ ଶିକ୍ଷାନବିସଙ୍କ ବୈଠକରେ ପୁଲିସ ବ୍ୟବସ୍ଥାର ୨୫-ବର୍ଷିଆ ‘ସ୍ବତନ୍ତ୍ର ଅଭିଯାନ’ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
‘ଆଇପିଏସ୍‌’ ଶିକ୍ଷାନବିସଙ୍କ ବୈଠକରେ ପୁଲିସ ବ୍ୟବସ୍ଥାର ୨୫-ବର୍ଷିଆ ‘ସ୍ବତନ୍ତ୍ର ଅଭିଯାନ’ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of The Hindu

ନୂଆଦିଲ୍ଲୀ: ଦେଶରେ ପୋଲିସ ବ୍ୟବସ୍ଥାକୁ ସାମାଜିକ ଭାବେ ଉତ୍ତରଦାୟୀ କରିବା ଲାଗି ସେମାନେ ଏକ ୨୫-ବର୍ଷିଆ ‘ସ୍ବତନ୍ତ୍ର ଅଭିଯାନ’ରେ ଥିବା କଥା ଆଜି ‘ଭାରତୀୟ ପୁଲିସ ସେବା’ (ଆଇପିଏସ୍‌) ଶିକ୍ଷାନବିସମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଫଳରେ ୨୦୪୭ରେ ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ଦେଶରେ ଏକ ଉତ୍ତରଦାୟୀ ପୁଲିସ ବ୍ୟବସ୍ଥା ହୋଇସାରିଥିବା ବୋଲି ସେ ମତ ଦେଇଛନ୍ତି।

‘ସର୍ଦାର ବଲ୍ଲଭଭାଇ ପଟେଲ୍‌ ନ୍ୟାସ୍‌ନାଲ୍‌ ପୋଲିସ ଏକାଡେମି’ର ‘ଆଇପିଏସ୍‌’ ଶିକ୍ଷାନବିସମାନଙ୍କ ସହ ଭର୍ଚ୍ୟୁଆଲି ଭାବବିନିମୟ କରି ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି।

ଭାରତରେ ପୁଲିସ କର୍ମଚାରୀମାନଙ୍କ ପ୍ରତି ନକରାତ୍ମକ ମନୋଭାବ ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଭାବମୂର୍ତ୍ତି ଉନ୍ନତ କରିବା ଲାଗି ପୁଲିସ କର୍ମଚାରୀମାନେ କଠିନ ପରିଶ୍ରମ କରିବା ଉଚିତ। କୋଭିଡ୍-୧୯ ସଙ୍କଟ ପ୍ରାରମ୍ଭରେ ସାମୟିକ ଭାବେ ଉପରୋକ୍ତ ମନୋଭାବ ବଦଳି ଯାଇଥିଲା। କିନ୍ତୁ, ପୁଣି ପରିସ୍ଥିତି ଯଥାପୂର୍ବ ହୋଇଗଲା।

publive-image Image Courtesy of Narendra Modi

‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସଂଶ୍ଳୀଷ୍ଟ କର୍ମଚାରୀମାନଙ୍କ ଉପରେ ଜନତାଙ୍କର ଅଗାଧ ବିଶ୍ବାସ ରହିଛି। ପୁଲିସ ମଧ୍ୟ ସର୍ବସାଧାରଣଙ୍କ ଦୃଷ୍ଟିରେ ଆପଣାର ଭାବମୂର୍ତ୍ତି ଉନ୍ନତ କରିବା ଉଚିତ। ବିଶେଷକରି, ଦେଶ ତା’ର ଇତିହାସରେ ଗୋଟାଏ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଥିବାରୁ ଏହା ଅନିବାର୍ଯ୍ୟ ଅଟେ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ବିଗତ ୭୫ ବର୍ଷ ହେବ ପୁଲିସ ତାଲିମରେ ଉନ୍ନତି ପାଇଁ ଭାରତ ଉଦ୍ୟମ କରିଛି। ଭବିଷ୍ୟତରେ ଏହାର ଉତ୍ତମ ବ୍ୟବସ୍ଥା ନିମନ୍ତେ ଆମେ ଏବେଠାରୁ ଧ୍ୟାନ ଦେବା ଆବଶ୍ୟକ।

‘ଆଇପିଏସ୍‌’ ଶିକ୍ଷାନବିସଙ୍କୁ ନିଜର ‘ଦେଶ ଆଗ, ସର୍ବଦା ଆଗ’ ମନ୍ତ୍ର ପୁନର୍ବାର କହି ପ୍ରଧାନମନ୍ତ୍ରୀ କହିଲେ ଯେ, ଆଞ୍ଚଳିକ ସମସ୍ୟାରେ ଯେତେ ସ୍ବାଭାବିକତା ଥିଲେ ବି ସେମାନେ ସଦାସର୍ବଦା ଭାରତର ସ୍ବାର୍ଥକୁ ଗୁରୁତ୍ବ ଦେବା ଉଚିତ। ଦାୟିତ୍ବସମ୍ପନ୍ନ ପୁଲିସ ବ୍ୟବସ୍ଥା ସ୍ଥାପନ ପାଇଁ କର୍ମଚାରୀମାନେ ପ୍ରତିଦିନ କାର୍ଯ୍ୟ କରିବା ସମୟରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଦାୟିତ୍ବହୀନତା ଏବଂ ପାରମ୍ପରିକ ପ୍ରଥା ସବୁକୁ ପରିହାର କରିବା ଉଚିତ।

ସେ କହିଲେ, ଆପଣମାନେ ‘ବ୍ୟବସ୍ଥା’କୁ ପରିବର୍ତ୍ତନ କରିବେ ନା ‘ବ୍ୟବସ୍ଥା’ ଆପଣମାନଙ୍କୁ ପରିବର୍ତ୍ତନ କରିବ, ତାହା ଆପଣମାନଙ୍କ ମନୋଭାବ ଉପରେ ନିର୍ଭର କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe