ଏଥର ସାଧାରଣତନ୍ତ୍ର ଦିବସରେ କେତେକ ପ୍ରଥମ ଘଟଣା

ଏଥର ସାଧାରଣତନ୍ତ୍ର ଦିବସରେ କେତେକ ପ୍ରଥମ ଘଟଣା

Image Source: Hindustan Times

ନୂଆଦିଲ୍ଲୀ: ମୁଖ୍ୟ ଅତିଥି ରୂପେ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋଙ୍କ ଉପସ୍ଥିତିରେ ରବିବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ସାମରିକ ଏବଂ ସାଂସ୍କୃତିକ ଶକ୍ତି ପ୍ରଦର୍ଶନରେ କେତେକ ପ୍ରଥମ ଘଟଣା ଘଟିଛି।

ସେଗୁଡ଼ିକ ହେଉଛି:
୧. ‘ଧନୁଷ’ ଗନ୍‌ ସିଷ୍ଟମ୍‌ ପ୍ରଦର୍ଶନ। ଏହାର ନେତୃତ୍ୱ ନେଇଥିଲେ କ୍ୟାପ୍‌ଟେନ୍‌ ମୃଗାଙ୍କ ଭରଦ୍ୱାଜ।

୨. ପରମ୍ପରା ଭଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମର ଯବାନ ଜ୍ୟୋତି ପରିବର୍ତ୍ତେ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

୩. ସେନାର କର୍ପ ସିଗ୍‌ନାଲ୍‌ସ୍‌ର ଚତୁର୍ଥ ପୀଢ଼ିର ଅଧିକାରିଣୀ କ୍ୟାପ୍‌ଟେନ୍‌ ତନୟା ଶେର୍ଗିଲ୍‌ ପୁରୁଷ କଣ୍ଟିଜେଣ୍ଟ୍‌ ପରେଡ୍‌ର ନେତୃତ୍ୱ ନେଇଥିଲେ।

publive-image

୪. କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପ୍ରଥମ କରି ଜମ୍ମୁ ଓ କଶ୍ମୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅଂଶଗ୍ରହଣ କରିଛି।

୫. ଡିଆର୍‌ଡିଓର ଆଣ୍ଟି-ସାଟେଲାଇଟ୍‌ ଉଇପନ୍‌ସ୍‌ ‘ମିସନ୍‌ ଶକ୍ତି’ର ପ୍ରଦର୍ଶନ।

୬. ସିଆର୍‌ପିଏଫ୍‌ର ମହିଳା ବାଇକ୍‌ ଆରୋହୀମାନଙ୍କ ଦ୍ୱାରା ଡେୟାର୍‌ ଡେଭିଲ୍‌ ସୋ’ ପ୍ରଦର୍ଶନ।

୭. ଫ୍ଲାଇ ପାଷ୍ଟ୍‍ରେ ତିନିଟି ଆଡ୍‌ଭାନ୍‌ସ୍‌ ହେଲିକପ୍ଟର୍‌ ଯୋଗେ ‘ତ୍ରିଶୂଳ’ ପ୍ରଦର୍ଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe