ସୀମାରେ ଚୀନ୍‌ ୯୦% ସୈନିକଙ୍କୁ ଅଦଳବଦଳ ଚଳାଇଛି

Advertisment
ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ପୁଣି ସଂଘର୍ଷ ଖବରକୁ ଭାରତୀୟ ସେନାର ପ୍ରତ୍ୟାଖାନ, ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ

Image Courtesy of OneIndia

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅପରପାର୍ଶ୍ବରେ ଚୀନ ନିୟୋଜିତ କରିଥିବା ସୈନିକମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତଙ୍କୁ ଫେରାଇ ନେଇ ଦେଶର ଆଭ୍ୟନ୍ତର ଇଲାକାରୁ ଅନ୍ୟମାନଙ୍କୁ ଆଣି ସେଠାରେ ଅବସ୍ଥାପିତ କରିଥିବା ଜଣାଯାଇଛି। ଭୀଷଣ ଉଚ୍ଚତା ଯୋଗୁଁ ସେଠାରେ ଦୀର୍ଘ ଦିନ ଧରି ଜାରି ରହୁଥିବା ପ୍ରବଳ ଶୀତ ଓ ପ୍ରତିକୂଳ ପାଗରେ ଥିବା ସୈନିକମାନେ ଭୀଷଣ ଭାବରେ ପ୍ରଭାବିତ ହେୁଥିବାରୁ ଚୀନ୍‌ ସେନା ସେମାନଙ୍କ ବଦଳରେ ଅନ୍ୟ ସମତଳ ଅଞ୍ଚଳରେ ଥିବା ସୈନିକଙ୍କୁ ଆଣି ଏପରି ସୀମାରେ ମୁତୟନ କରିଛି। ଗତବର୍ଷ ଏପ୍ରିଲ-ମେ ପରଠାରୁ ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ୫୦ ହଜାରରୁ ଅଧିକ ସୈନିକଙ୍କୁ ଠୁଳ କରିଛି।

ଏପରିକି ଦୁଇ ଦେଶ ମଧ୍ୟରେ ସଂଘଟିତ ଦ୍ବିପାକ୍ଷିକ ସହମତି ଭିତ୍ତିରେ ପାଙ୍ଗଙ୍ଗ ସୋ' ହ୍ରଦ ଉପକୂଳରୁ ନାମକୁ ମାତ୍ର ସୀମିତ ସଂଖ୍ୟକ ସୈନ୍ୟ ପ୍ରତ୍ୟାହାର କରିଥିବା ବେଳେ ସମଗ୍ର ଇଲାକାରେ ସେପରି ମାତ୍ରାଧିକ ସୈନ୍ୟ ମୁତୟନ ରହିଛନ୍ତି। ଅପରପକ୍ଷେ, ଗତ ମେ' ମାସରେ ଉଭୟ ସେନା ମଧ୍ୟରେ ସୃଷ୍ଟ ରକ୍ତାକ୍ତ ସଂଘର୍ଷ ପରେ ଭାରତ ପକ୍ଷରୁ ମଧ୍ୟ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସୈନ୍ୟ ମୁତୟନ କରାଯାଇଛି। ସେଠାରେ ଉଚ୍ଚ ପାହାଡ଼ ଶିଖରମାନଙ୍କର ଦୁଇ ବର୍ଷିଆ ଅବସ୍ଥାପନରେ ଯାଇଥିବା ଭାରତୀୟ ଯବାନମାନଙ୍କ ଭିତରୁ ୪୦ରୁ ୫୦ ପ୍ରତିଶତଙ୍କୁ ମଧ୍ୟ ଏପରି ବାର୍ଷିକ ଅଦଳବଦଳ କରାଯାଉଥିବା ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି। ସଂପୃକ୍ତ ଇଲାକାରେ ପ୍ରତିକୂଳ ପାଗ ଓ ପରିସ୍ଥିତି ସତ୍ତ୍ବେ ଭାରତ ମୁତୟନ କରିଥିବା ଆଇଟିବପି ଯବାନମାନେ ଦୁଇ ବର୍ଷରୁ ଅଧିକ କାଳ ଧରି ମଧ୍ୟ ସେଠାରେ ରହିଥାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe