କୁମ୍ଭମେଳାରେ କରୋନା କଟକଣାକୁ ଫୁ, ବୁଡ଼ ପକାଇଲେ ୨୮ ଲକ୍ଷ

କୁମ୍ଭ ମେଳାକୁ ନ ଯାଇ ବି ଆସିଲା କରୋନା ପଜିଟିଭ ରିପୋର୍ଟ, ସାମ୍ନାକୁ ଆସିଲା ପ୍ରାଇଭେଟ ଲ୍ୟାବର ନକଲି ରିପୋର୍ଟ

ହରିଦ୍ବାର(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ହରିଦ୍ବାରରେ ଚାଲିଥିବା କୁମ୍ଭମେଳାର ଅଂଶ ବିଶେଷ ଆଜି ଗଙ୍ଗାନଦୀର ହରି କୀ ପୌରି ଘାଟରେ ମାତ୍ରାଧିକ ଶ୍ରଦ୍ଧାଳୁ ଦ୍ବିତୀୟ ସାହି ସ୍ନାନ କରିଛନ୍ତି। ପ୍ରାୟ ୨୮ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ପବିତ୍ର ବୁଡ଼ ପକାଇବା ପାଇଁ ଦିନ ତମାମ ଶ୍ରଦ୍ଧାଳୁମାନେ ଯେପରି ସମବେତ ହୋଇଥିଲେ ସେଠାରେ କରୋନାର କୌଣସି କଟକଣା ନଥିଲା। ଏପରିକି ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ବୋଲି କୁମ୍ଭମେଳା ପୁଲିସ ଆଇଜି ସଞ୍ଜୟ ଗୁଞ୍ଜ୍ୟାଲ କହିଛନ୍ତି। ଲୋକଙ୍କୁ କୋଭିଡ୍‌ ନିୟମ ଅନୁପାଳନ ପାଇଁ ବାରମ୍ବାର ସଚେତନ ସହ ନିବେଦନ କରାଯାଉଥିବା ବେଳେ ନଦୀଘାଟରେ ତାହା ପାଳନ କରିବା ଭାରି କଷ୍ଟ ବୋଲି ସେ କହିଛନ୍ତି।

ଯଦି ସାମାଜିକ ଦୂରତ୍ବ ବଜାୟ ପାଇଁ ଘାଟ ପାଖରେ ବାଧ୍ୟ କରାଯାଏ, ତେବେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୋମବତୀ ଅମାବାସ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ଅନ୍ୟପକ୍ଷେ ଭାରତରେ ଦ୍ବିତୀୟ ଲହର ସଂକ୍ରମଣ ବଢ଼ି ଚାଲିଥିବାବେଳେ କୁମ୍ଭମେଳାରେ ଏଭଳି ଖୁଲମ୍‌ ଖୁଲା କରୋନା ନିୟମ ଭଙ୍ଗ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନହେବା ଘଟଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ଭାରତର ଦୈନିକ ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ହୋଇଥିଲେ ମଧ୍ୟ ଏହିଦିନ ୨୮ ଲକ୍ଷ ଲୋକଙ୍କ ସମାଗମ ଏକ ଆଲୋଚ୍ୟର ବିଷୟ ହୋଇଛି। ଆସନ୍ତା ୧୪ ଏବଂ ୨୭ ତାରିଖରେ ମଧ୍ୟ ସାହି ସ୍ନାନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe