ଅଟକ କେନ୍ଦ୍ର ପ୍ରତିଷ୍ଠା ମାମଲା : ରାଜ୍ୟମାନଙ୍କୁ ୨୦୦୯ରୁ ୪ ଥର ନିର୍ଦ୍ଦେଶ ମିଳିଛି

Advertisment

କର୍ଣ୍ଣାଟକକୁ ମିଳିଲା ପ୍ରଥମ ଅଟକ କେନ୍ଦ୍ର

କର୍ଣ୍ଣାଟକକୁ ମିଳିଲା ପ୍ରଥମ ଅଟକ କେନ୍ଦ୍ର

ଅଟକ କେନ୍ଦ୍ର ପ୍ରତିଷ୍ଠା ମାମଲା : ରାଜ୍ୟମାନଙ୍କୁ ୨୦୦୯ରୁ ୪ ଥର ନିର୍ଦ୍ଦେଶ ମିଳିଛି

News18.com

ନୂଆଦିଲ୍ଲୀ : ଭାରତରେ ଅଟକ କେନ୍ଦ୍ର ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ଯେଉଁ ସ୍ପଷ୍ଟୀକରଣ ଦେଇଥିଲେ ସେନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଆହୁରି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ କେନ୍ଦ୍ର ଦ୍ବାରା ୨୦୦୯, ୨୦୧୨, ୨୦୧୪ ଏବଂ ୨୦୧୮ରେ ସମସ୍ତ ରାଜ୍ୟମାନଙ୍କୁ ଅଟକ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗୃହ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଆସାମର ଗୋଲପଡ଼ା, କୋକ୍ରାଝର, ସିଲ୍‌ଚର, ଦିବ୍ରୁଗଡ଼, ଜୋରହାଟ ଏବଂ ତେଜପୁରରେ ୬ଟି ଅଟକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କିଶାନ ରେଡ୍ଡିଙ୍କ ଦ୍ବାରା ଲୋକସଭାରେ ଏହି ତଥ୍ୟ ଦିଆଯାଇଥିଲା। ଅଟକ କେନ୍ଦ୍ରଗୁଡ଼ିକରେ ସମୁଦାୟ ୯୭୦ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ୬୪୬ ପୁରୁଷ ଏବଂ ୩୨୪ ମହିଳା ରହିଛନ୍ତି। ମହିଳା ଏବଂ ପୁରୁଷମାନଙ୍କୁ ଭିନ୍ନ ଗୃହରେ ରଖାଯାଉଛି ଏବଂ ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ବି ମିଳୁଛି। କୌଣସି ମହିଳା ଦୁଷ୍କର୍ମର ଶିକାର ହୋଇନଥିବା ରିପୋର୍ଟ ଅଛି। ଅନ୍ୟପକ୍ଷେ କର୍ଣ୍ଣାଟକରେ ସମୁଦାୟ ୧୧୪ ବାଂଲାଦେଶୀ ବେଆଇନ ଭାବେ ରହୁଥିବା ଜଣାପଡ଼ିଛି। କର୍ଣ୍ଣାଟକକୁ ପ୍ରଥମ ଅଟକ କେନ୍ଦ୍ର ମିଳିଛି। ତେବେ ନା‌ଗରିକତା ସଂଶୋଧନ ଆଇନ ମାମଲାରେ କାହାକୁ ଏହି ଅଟକ କେନ୍ଦ୍ରରେ ରଖାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ସ୍ପଷ୍ଟ କରିଥିଲେ ଯେ, ଅଟକ କେନ୍ଦ୍ର ଏବଂ ଏନ୍‌ଆରସି ଓ ସିଏଏ ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ। ଏ ନେଇ ଭୁଲ୍‌ ଖବର ପ୍ରସାର କରାଯାଉଛି। ମୋଦୀ ସରକାର ଆସିବା ପରଠାରୁ କୌଣସି ଅଟକ କେନ୍ଦ୍ର ସୃଷ୍ଟି ହୋଇନାହିଁ ବୋଲି ଶାହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe