ନୂଆଦିଲ୍ଲୀ: ଆର୍ପିଆଇ ନେତା ରାମଦାସ ଅଠାବଲେ ଆଜି ତାଙ୍କର ସ୍ବଭାବସୁଲଭ ଢଙ୍ଗରେ କବିତା ଶୁଣାଇ ସଂସଦରେ ହାସ୍ୟରୋଳ ସୃଷ୍ଟି କରିଥିଲେ। ସେ କବିତା ମାଧ୍ୟମରେ ଏଭଳି କିଛି କହିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ନିଜ ହସକୁ ରୋକି ପାରିନଥିଲେ। ପ୍ରଥମେ ଅଠାବଲେ ନୂତନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହାପରେ ବିରୋଧୀ ଦଳଙ୍କୁ କଟାକ୍ଷ କରିଥିଲେ। ବିର୍ଲାଙ୍କ ବିନମ୍ରତାରୁ ବିରୋଧୀ ଦଳ ଫାଇଦା ନ ଉଠାଇବାକୁ ସେ କହିଥିଲେ। ରାହୁଲଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଅଠାବଲେ କହିଥିଲେ ରାହୁଲଙ୍କୁ ଆମେ କ୍ଷମତାକୁ ଆସିବାକୁ ଦେବୁ ନାହିଁ। ମୋଦୀ ସରକାର ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବ ବୋଲି ସେ କହିଥିଲେ।
ସଂସଦରେ ସମସ୍ତଙ୍କୁ ହସାଇଲେ ଅଠାବଲେ
Advertisment
Follow Us