ରାହୁଲ ଗାନ୍ଧିଙ୍କ ପାସପୋର୍ଟ ରଦ୍ଦ କରାଯାଉ : ରାମଦାସ ଅଠାୱଲେ

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପାସପୋର୍ଟ ରଦ୍ଦ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ଦାବି କରିଛନ୍ତି। ରାହୁଲ ଗାନ୍ଧି ଯେପରି ବିଦେଶ ଗସ୍ତ ସମୟରେ ଭାରତକୁ ଅପମାନିତ କରିପାରିବେ ନାହିଁ ସେଥିପାଇଁ ଏପରି କରାଯାଉ ବୋଲି ସେ କହିଛନ୍ତି।

ଏକଜିଟ ପୋଲକୁ ନେଇ ଏଭଳି କହିଲେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପାସପୋର୍ଟ ରଦ୍ଦ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ଦାବି କରିଛନ୍ତି। ରାହୁଲ ଗାନ୍ଧି ଯେପରି ବିଦେଶ ଗସ୍ତ ସମୟରେ ଭାରତକୁ ଅପମାନିତ କରିପାରିବେ ନାହିଁ ସେଥିପାଇଁ ଏପରି କରାଯାଉ ବୋଲି ସେ କହିଛନ୍ତି। ପାଲଘରରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। 
ପାଲଘରରେ ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅଠାୱଲେ କହିଛନ୍ତି, " ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂରକ୍ଷଣ ବିରୋଧୀ ବୟାନ ଦେବା ଠିକ୍ ନୁହେଁ। ରାହୁଲ ଗାନ୍ଧି ବିଦେଶ ଯାଇ ଏଭଳି ବୟାନ ଦେଇ ଭାରତକୁ ବଦନାମ କରିଛନ୍ତି। ତାଙ୍କୁ ଏଭଳି ମନ୍ତବ୍ୟ ଦେବାରୁ ରୋକିବା ପାଇଁ ତାଙ୍କ ପାସପୋର୍ଟ ରଦ୍ଦ କରାଯାଉ। ଦିନେ କଂଗ୍ରେସର ଅସ୍ତିତ୍ୱ ବନ୍ଦ ହୋଇଯିବ କିନ୍ତୁ ସଂରକ୍ଷଣ ରହିବ। 
ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନକୁ ବିରୋଧ କରିଥିଲେ ଅଠାୱଲେ । ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ବୟାନ ଉପରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ସଂରକ୍ଷଣ ନେଇ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ସଂରକ୍ଷଣ ସେତେବେଳେ ହିଁ ଶେଷ ହେବ ଯେତେବେଳେ ଲୋକମାନେ ତଳୁ ଉପରକୁ ଉଠିବେ । ରାହୁଲ ଗାନ୍ଧି ଯେତେବେଳେ ବି ବାହାରକୁ ଯାଆନ୍ତି, ସେ ଦେଶ ବିରୁଦ୍ଧରେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe