୩ମାସ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ରାହୁଲ-ଆଥିୟା !

Advertisment
୩ମାସ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ରାହୁଲ-ଆଥିୟା !

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ। ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିବା ବେଳେ ଅନେକ ସମୟରେ ଦୁହିଁଙ୍କୁ ସାଥିରେ ଦେଖାଯାଇଛି। ଦୁହେଁ ନିଜ ସମ୍ପର୍କକୁ ନେଇ ଗଣମାଧ୍ୟମ ଆଗରେ କିଛି କହିନଥି‌ବା ବେଳେ ଆଗାମୀ ୩ମାସ ମଧ୍ୟରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଥିୟା ସେଟ୍ଟୀ ଏବଂ କେ.ଏଲ୍ ରାହୁଲ ଆସନ୍ତା ତିନି ମାସ ମଧ୍ୟରେ ବିବାହ କରିବେ। ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେ.ଇନକୁ ଏହି ସୂଚନା ଦେଇଛନ୍ତି ଆଥିୟା ସେଟ୍ଟୀଙ୍କ ବନ୍ଧୁ। ନିଜ ନାଁ ଗୋପନ ରଖି ସେ କହିଛନ୍ତି ଯେ, ଆଥିୟା ଏବଂ କେ.ଏଲ୍ ରାହୁଲ ୩ବର୍ଷରୁ ଅଧିକ ସମୟ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ବର୍ତ୍ତମାନ ଉଭୟ ଆସନ୍ତା ୩ମାସ ମଧ୍ୟରେ ବିବାହ କରିବେ। ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି।

ତେବେ କିଛି ଦିନ ତଳେ ରାହୁଲଙ୍କ ପିତାମାତା ମୁମ୍ବାଇରେ ଆଥିୟାଙ୍କ ପିତାମାତାଙ୍କୁ ଭେଟିଥିଲେ। ପରେ ଆଥିୟା ଏବଂ ରାହୁଲ ନିଜ ପରିବାର ସହ ସେମାନଙ୍କର ନୂତନ ଘର ଦେଖିବାକୁ ଯାଇଥିଲେ, ଯେଉଁଠି ଦୁହେଁ ବିବାହ ପରେ ରହିବେ। ଆସନ୍ତା ୩ମାସ ମଧ୍ୟରେ ମୁମ୍ବାଇରେ ଏହି ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଏହା ଉଭୟ ପରିବାର ପାଇଁ ଏକ ବଡ଼ ଉତ୍ସବ ହେବ। ଆଥିୟା ନିଜେ ବିବାହର ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe