ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତ୍ରୀ ଅତିଶୀ

Advertisment
ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତ୍ରୀ ଅତିଶୀ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀରେ ଜଳ ସଙ୍କଟ ସୃଷ୍ଟି ହୋଇଥିବାରୁ ହରିଆଣା ସରକାରଙ୍କ ବିରୋଧରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଅତିଶୀ ମାର୍ଲେନା। ସ୍ୱାସ୍ଥ୍ୟ ଅବନତି ହେତୁ ଅତିଶୀଙ୍କୁ ମଙ୍ଗଳବାର ସକାଳେ ଲୋକ ନାୟକ ଜୟ ପ୍ରକାଶ (ଏଲ୍‌ଏନ୍‌ଜେପି) ଡାକ୍ତରଖାନାକୁ ନିଆଯାଇଥିଲା।
ମଙ୍ଗଳବାର ଆମରଣ ଅନଶନର ପଞ୍ଚମ ଦିନରେ ହରିଆଣା ଦିଲ୍ଲୀର ଜଳ ଅଂଶ ଛାଡିବାକୁ ଦାବି କରି ଅତିଶୀ ଦାବି କରିଥିଲେ। ସୋମବାର ଦିନ ଏଲ୍‌ଏନ୍‌ଜେପି ହସ୍ପିଟାଲର ଡାକ୍ତରମାନେ ଅତିଶୀଙ୍କୁ ଯାଞ୍ଚ କରିଥିଲେ ଏବଂ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ହେତୁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଆଡମିଶନ କରିବାକୁ ପରାମର୍ଶ ଦେଇଥିଲେ। ଅତିଶୀ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରଖିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ଥି‌ଲେ।

"ମୋର ରକ୍ତଚାପ ଏବଂ ଶର୍କରା ସ୍ତର ହ୍ରାସ ପାଉଛି ଏବଂ ମୋର ଓଜନ ମଧ୍ୟ ହ୍ରାସ ପାଇଛି। କେଟୋନ୍ ସ୍ତର ବହୁତ ଅଧିକ, ଯାହା ଦୀର୍ଘ ସମୟ ରହିଲେ କ୍ଷତିକାରକ ପ୍ରଭାବ ପକାଇପାରେ" ବୋଲି ଆତିଶି କହିଛନ୍ତି। ଏହା ସତ୍ତ୍ବେ ସେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ମନା କରି କହିଥିଲେ ଯେ ‘‘ମୋ ଦେହ ଯେତେ ଯନ୍ତ୍ରଣା ଭୋଗୁନା କାହିଁକି, ହରିଆଣା ଜଳ ଛାଡିବା ପର୍ଯ୍ୟନ୍ତ ମୁଁ ଉପବାସ ଜାରି ରଖିବି।’’

ଆପ୍‌ ଦାବି କରିଛି ଯେ ଆତିଶୀଙ୍କ ରକ୍ତରେ ଶର୍କରା ସ୍ତର ମଧ୍ୟରାତ୍ରିରେ ୪୩କୁ ଖସି ଆସି ସକାଳ ୩ ଟା ସୁଦ୍ଧା ୩୬ କୁ ଖସି ଆସିଛି। ବିଳମ୍ବିତ ରାତିରେ ଡାକ୍ତରଖାନା ନିଆଯାଉଥିବା ଆପ୍‌ ନେତ୍ରୀଙ୍କ ଚିତ୍ର ଏବଂ ଭିଜୁଆଲ୍ ମଧ୍ୟ ଆପ୍‌ ପାର୍ଟି ସେୟାର କରିଥିଲା ​।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe