ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ଭାଙ୍ଗିଲା ଦିଲ୍ଲୀ ବିଧାନସଭା

atishi ୍ାତପଗ

Photograph: (SAMBAD.IN)

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର  ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍‌ ଆଦମି ପାର୍ଟିକୁ ୨୨ଟି ଆସନ ମିଳିଛି । 

ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି । ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟ୍‌ ରେ  ହରାଇଛନ୍ତି ଆତିଶୀ। ତେବେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଅକ୍ତିଆର କରିବା ପରେ ପଦ ଛାଡିଛନ୍ତି ଆତିଶୀ । 

ବିଜେପି ପକ୍ଷରୁ ଏଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇନି। ଆଜି ସନ୍ଧ୍ୟାରେ ଦିଲ୍ଳୀ ବିଜେପି ଅଧ୍ୟକ୍ଷ ସମସ୍ତ ଜିତିଥିବା  ବିଧାୟକଙ୍କୁ ସାକ୍ଷାତ କରିବେ । ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଶପଥ ଉତ୍ସବ ସମାରୋହ ହେବାର ସମ୍ଭାବନା ରହିଛି । ଆଉ ଏପଟେ ଆତିଶୀଙ୍କ ଇସ୍ତଫା ପରେ ଭାଙ୍ଗିଲା ଦିଲ୍ଲୀ ବିଧାନସଭା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe