ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ: ୫ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଶପଥ

ଆପ୍‌ (ଆମ୍‌ ଆଦମୀ ପାର୍ଟି) ନେତ୍ରୀ ଆତିଶୀ ମାର୍ଲେନା ସିଂହ ଆଜି ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆତିଶୀଙ୍କ ସହ ଆଜି ୫ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ଗହଣ କରିଛନ୍ତି।

fghjfhgjdgjgy

ନୂଆଦିଲ୍ଲୀ: ଆପ୍‌ (ଆମ୍‌ ଆଦମୀ ପାର୍ଟି) ନେତ୍ରୀ ଆତିଶୀ ମାର୍ଲେନା ସିଂହ ଆଜି ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆତିଶୀଙ୍କ ସହ ଆଜି ୫ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ଗହଣ କରିଛନ୍ତି। ଆତିଶୀ ହେଉଛନ୍ତି ଦିଲ୍ଲୀର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ।   ଆଜି ରାଜ ନିବାସରେ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା। ଆତିଶୀଙ୍କ ସହ ଶପଥ ନେଇଥିବା ଅନ୍ୟ କ୍ୟାବିନେଟ୍‌ ମନ୍ତ୍ରୀମାନେ ହେଉଛନ୍ତି ସୌରଭ ଭରଦ୍ବାଜ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁ‌କେଶ ଅହଲାୱତ। ଦିଲ୍ଲୀରେ ଏହା ଲଗାତାର ଚତୁର୍ଥ ଆପ୍‌ ସରକାର।  ୪୨ ବର୍ଷ ବୟସ‌ରେ ଆତିଶୀ ଭାରତରେ ୧୭ତମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।  ତେବେ ତାଙ୍କର କାର୍ଯ୍ୟକାଳ ସଂକ୍ଷିପ୍ତ ରହିବ। କାରଣ ଆସନ୍ତାବର୍ଷ ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏହାପରେ ଦିଲ୍ଲୀରେ ନେତୃତ୍ବ ବଦଳିବ। 

ଉଲ୍ଲେଖଯୋଗ୍ୟ, ଆତିଶୀ ଏବଂ ଅନ୍ୟ ଆପ୍‌ ନେତାମାନେ ଆଜି ଶପଥ ନେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ।   ସୁଲତାନପୁର ମଜରାରୁ ପ୍ରଥମ ଥର ବିଧାୟକ ହୋଇଥିବା ମୁକେଶ ଅହଲାୱତ ହେଉଛନ୍ତି ଆତିଶୀ କ୍ୟାବିନେଟ୍‌ରେ ଜଣେ ନୂଆ ମନ୍ତ୍ରୀ।  ଆସନ୍ତା‌ ସେପ୍ଟେମ୍ବର ୨୬-୨୭ ତାରିଖରେ ସ୍ବତନ୍ତ୍ର ଅଧିବେଶନ ଥିବାବେଳେ ଏହି ଅଧିବେଶନରେ ଆତିଶୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ।  ପୂର୍ବ ସରକାରରେ ଆତିଶୀ ଅର୍ଥ, ରାଜସ୍ବ, ପୂର୍ତ୍ତ, ଶକ୍ତି ଏବଂ ଶିକ୍ଷା ସମେତ ୧୩ଟି ବିଭାଗର ଦାୟିତ୍ବରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe