କେଜ୍ରିୱାଲଙ୍କ ସ୍ଥାନରେ ଅତିଶୀ କରିପାରିବେ ନାହିଁ ପତାକା ଉତ୍ତୋଳନ, ଖାରଜ ହେଲା ପ୍ରସ୍ତବ

Advertisment
କେଜ୍ରିୱାଲଙ୍କ ସ୍ଥାନରେ ଅତିଶୀ କରିପାରିବେ ନାହିଁ ପତାକା ଉତ୍ତୋଳନ, ଖାରଜ ହେଲା ପ୍ରସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଆପ୍‌ ନେତ୍ରୀ ତଥା ମନ୍ତ୍ରୀ ଅତିଶୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରିବାର ଥିଲା। ଜେଲ ଭିତରେ ଥିବାବେଳେ କେଜ୍ରିୱାଲ ଇଚ୍ଛା ପ୍ରକାଶ କରିଥିଲେ ଯେ ଅଗଷ୍ଟ ୧୫ରେ ଛତ୍ରସାଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅତିଶୀ ତାଙ୍କ ସ୍ଥାନରେ ପତାକା ଉତ୍ତୋଳନ କରନ୍ତୁ। କିନ୍ତୁ ଏହି ପ୍ରସ୍ତାବକୁ ଖାରଜ କରାଯାଇଛି।

କେଜ୍ରିୱାଲଙ୍କ ଏହି ପ୍ରସ୍ତାବକୁ ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ଖାରଜ କରିଛି। ଏହା ପରେ ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅତିଶୀ ଜାତୀୟ ପତାକା ଉତ୍ତୋଳନ କରିପାରିବେ ନାହିଁ।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଗଷ୍ଟ ୧୫ରେ ଛତ୍ରସାଲ ଷ୍ଟାଡିୟମରେ ପତାକା ଉତ୍ତୋଳନକୁ ନେଇ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ଏହି ପତ୍ରରେ କେଜ୍ରିୱାଲ ଲେଖିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ମନ୍ତ୍ରୀ ଅତିଶୀ ସିଂ ଦିଲ୍ଲୀରେ ପତାକା ଉତ୍ତୋଳନ କରିବେ। କିନ୍ତୁ ଏହି ପ୍ରସ୍ତାବକୁ ଖାରଜ କରାଯାଇଥିବାରୁ ଏବେ କିଏ ପତାକା ଉତ୍ତୋଳନ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe