ଆତିଶୀଙ୍କ ପରିବାର ଆତଙ୍କବାଦୀ ଅଫ୍‌ଜଲ ଗୁରୁ ପାଇଁ ଲଢ଼ିଥିଲେ: ସ୍ବାତୀ ମାଲିୱାଲ୍‌

Advertisment

ଆପ୍‌ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଏହି ନିଷ୍ପତ୍ତିକୁ ଦଳର ପୂର୍ବ ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ସ୍ବାତୀ ମାଲିୱାଲ ତୀବ୍ର ସମାଲୋଚନା କରିଛନ୍ତି।

ଆପ୍‌ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଏହି ନିଷ୍ପତ୍ତିକୁ ଦଳର ପୂର୍ବ ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ସ୍ବାତୀ ମାଲିୱାଲ ତୀବ୍ର ସମାଲୋଚନା କରିଛନ୍ତି।

dgjgdjgdjgd

ନୂଆଦିଲ୍ଲୀ: ଆପ୍‌ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି। ଏହି ନିଷ୍ପତ୍ତିକୁ ଦଳର ପୂର୍ବ ନେତ୍ରୀ ତଥା ରାଜ୍ୟସଭା ସଦସ୍ୟ ସ୍ବାତୀ ମାଲିୱାଲ ତୀବ୍ର ସମାଲୋଚନା କରିଛନ୍ତି। ସାଂସଦ ସ୍ବାତୀ କହିଛନ୍ତି, ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ସଂଚାଳକ ଅଫ୍‌ଜଲ ଗୁରୁକୁ ବଞ୍ଚାଇବାକୁ ଆତିଶୀଙ୍କ ପରିବାର ‘କ୍ଷମାପତ୍ର’ ଲେଖିଥିଲେ। ଅଫ୍‌ଜଲକୁ ଯେଭଳି ଫାଶୀ ଦିଆଯିବନାହିଁ ସେନେଇ ଆତିଶୀଙ୍କ ପରିବାର ଯଥାସମ୍ଭବ ଚେଷ୍ଟା କରିଥିଲେ। 

‘ଏକ୍ସ’ରେ ସ୍ବାତୀ ଲେଖିଛନ୍ତି, ଆଜି ଦିଲ୍ଲୀ ନିମନ୍ତେ ଏକ ବଡ଼ ଦୁଃଖର ଦିନ। ୨୦୧୩ରେ ଆତଙ୍କବାଦୀ ଅଫ୍‌ଜଲକୁ ସମର୍ଥନ କରି ଆତିଶୀଙ୍କ ପରିବାର ତତ୍‌କାଳୀନ ରାଷ୍ଟ୍ରପତିଙ୍କୁ କ୍ଷମାପତ୍ର ଲେଖିଥିଲେ। ଏଥିରେ ସେମାନେ ଅଫ୍‌ଜଲ ଜଣେ ନିର୍ଦ୍ଦୋଷ ଓ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବ୍ୟକ୍ତି ବୋଲି ଦର୍ଶାଇଥିଲେ। ଏହା ସହ ସ୍ବାତୀ ଆତିଶୀଙ୍କୁ ‘ଡମି ମୁଖ୍ୟମନ୍ତ୍ରୀ’‌ ବୋଲି କଟାକ୍ଷ କରିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ଦେଶ ପାଇଁ ବିପଦ ବୋଲି ସାଂସଦ ସ୍ବାତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe