ଆଣ୍ଟାର୍କଟିକା ଭୂ ତାପମାତ୍ରାରେ ରହସ୍ୟମୟ ବୃଦ୍ଧି

Advertisment

ଦ୍ରୁତ ଗତିରେ ତରଳୁଛି ବରଫ ଖଣ୍ଡ

ଦ୍ରୁତ ଗତିରେ ତରଳୁଛି ବରଫ ଖଣ୍ଡ

ଆଣ୍ଟାର୍କଟିକା ଭୂ ତାପମାତ୍ରାରେ ରହସ୍ୟମୟ ବୃଦ୍ଧି

ଓ୍ଵାସିଂଟନ୍‌: ବିଶ୍ୱ ତାପାୟନ ହେତୁ ଆଣ୍ଟାର୍କଟିକାରେ ବରଫ ସ୍ତର ତରଳିବା କିଛି ନୂଆ କଥା ନୁହେଁ। କିନ୍ତୁ ନାସା ବୈଜ୍ଞାନିକମାନେ ପଶ୍ଚିମ ଆଣ୍ଟାର୍କଟିକାରେ ବିଶାଳ ବରଫ ସ୍ତର ତରଳିବା ନେଇ ଭିନ୍ନ କାରଣ ଦର୍ଶାଇଛନ୍ତି। ନାସାର ଅଧ୍ୟୟନ ଅନୁଯାୟୀ ଭୂତାପନର ଏକ ପ୍ରାଚୀନ ଉତ୍ସ ହଠାତ ସକ୍ରିୟ ହୋଇଉଠିଥିବାରୁ ଆଣ୍ଟାର୍କଟିକାରେ ବରଫ ସ୍ତର ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏହି ରହସ୍ୟମୟ ଭୂ-ତାପନ ସଂପର୍କରେ ଅଧିକ ଗବେଷଣା ଆବଶ୍ୟକ ବୋଲି ନାସା କହିଛି। ନାସାର ଏହି ଅଧ୍ୟୟନ ଅନୁଯାୟୀ ଆଣ୍ଟାର୍କଟିକାର ମ୍ୟାରି ବାର୍ଡ ଲ୍ୟାଣ୍ଡ୍‌ ତଳେ ଥିବା ‘ମାଣ୍ଟେଲ ପ୍ଲମ୍‌’ ନାମକ ଏକ ଭୂତାପୀୟ ଉତ୍ତପ୍ତ ସ୍ରୋତ ହେତୁ ଆଣ୍ଟାର୍କଟିକାର ବରଫ ସ୍ତର ତରଳିବାରେ ଲାଗିଛି ଏବଂ ଏହାଦ୍ୱାରା ବରଫ ସ୍ତର ତଳେ ନଦୀ ଓ ହ୍ରଦମାନ ସୃଷ୍ଟି ହେଉଛି। ଆଣ୍ଟାର୍କଟିକାର ଭୂତଳ ଶଯ୍ୟାସ୍ତରରେ ଅନେକ ନଦୀ ଓ ହ୍ରଦ ରହିଛି। ଅନେକ ହ୍ରଦ ଖୁବ୍‌ ଶୀଘ୍ର ଭରି ହୋଇ ଖୁବ୍‌ ଶୀଘ୍ର ଖାଲି ହୋଇଯାଉଛି ଏବଂ ଏହାଦ୍ୱାରା ଏହା ଉପରେ ଥିବା ବରଫ ସ୍ତରଗୁଡ଼ିକ ପ୍ରଭାବିତ ହୋଇ ପାଖାପାଖି ୬ ମିଟର ପର୍ଯ୍ୟନ୍ତ ହ୍ରାସ ବୃଦ୍ଧି ହେଉଛି ।
୩୦ ବର୍ଷ ପୂର୍ବେ ଜଣେ ବୈଜ୍ଞାନିକ କହିଥିଲେ ଯେ ମ୍ୟାରି ବାର୍ଡ ଲ୍ୟାଣ୍ଡ୍‌ ତଳେ ଥିବା ମାଣ୍ଟେଲ ପ୍ଲମ୍‌ ହିଁ ସେଠାରେ ତାପନ ଉତ୍ସ ଏବଂ ଭୂଚଳନ ଗତିବିଧିକୁ ପ୍ରମାଣିତ କରିପାରିବ। ଏହି ବୟାନ ସତ୍ୟ ପ୍ରମାଣିତ ହୋଇଛି ବୋଲି ନାସାର ବୈଜ୍ଞାନିକ ହେଲେନେ ସେରୋସି କହିଛନ୍ତି। ତେବେ ଏହି ଅଧ୍ୟୟନ ପାଇଁ ନାସା ଆଇସ୍‌ ସିଟ୍‌ ସିଷ୍ଟମ୍‌ ମଡେଲ୍‌ (ଆଇଏସଏସଏମ୍‌) ବ୍ୟବହାର କରୁଥିବା ସେରୋସି କହିଛନ୍ତି। ଅପରପକ୍ଷେ ମାଣ୍ଟେଲ୍‌ ପ୍ଲମ୍‌ର ସ୍ଥିତି ଏବଂ ଆକାର ସମ୍ପର୍କରେ ଏଯାବତ୍‌ କିଛି ଜଣାପଡ଼ିନଥିଲେ ବି ଏଥିରୁ ବିକିରଣ ହେଉଥିବା ଶକ୍ତି ପ୍ରତି ବର୍ଗ କିଲୋମିଟରରେ ୧୫୦ ମିଲିଓ୍ଵାଟ୍‌ରୁ ଊର୍ଦ୍ଧ୍ୱ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe