ଆଟଲାସ ସାଇକେଲ କମ୍ପାନି ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା

Advertisment
ଫ୍ୟାନ୍‌ରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

Deccan Chronicle

ନୂଆଦିଲ୍ଲୀ : ଆଟ୍‌ଲାସ ସାଇକେଲ କମ୍ପାନି ମାଲିକ ସଞ୍ଜୟ କପୁରଙ୍କ ପତ୍ନୀ ନତାସା କପୁର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ବେଳେ ସେ ଯେଉଁ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଦିଲ୍ଲୀର ଔରଙ୍ଗଜେବ୍‌ ଲେନ୍‌ସ୍ଥିତ ବାସଭବନରେ ନତାସା ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ସୁଇସାଇଡ ନୋଟ୍‌ରେ ଲେଖିଛନ୍ତି, ସେ ଏଭଳି କାମ କରିଛନ୍ତି, ଯାହା ତାଙ୍କର କରିବାର ନଥିଲା। ଏଥିପାଇଁ ସେ ଲଜ୍ଜିତ ବୋଲି ନତାସା ଉଲ୍ଲେଖ କରିଛନ୍ତି। ତେବେ ତାଙ୍କର ସମସ୍ତ ପରିବାସର ସଦସ୍ୟମାନେ ଭଲରେ ରହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ନତାସା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ନିଜ ଇଛାରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ନତାସା ଲେଖିଛନ୍ତି। ତେବେ ପୁଲିସ ଏ ‌ସୁଇସାଇଡ୍‌ ନୋଟ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe