ପୁଲିସକୁ ଚୋରି କାର ଲାଞ୍ଚ ଦେଇ ଚମ୍ପଟ ମାରିଲେ ଏଟିଏମ ହ୍ୟାକର

ପୁଲିସକୁ ଚୋରି କାର ଲାଞ୍ଚ ଦେଇ ଚମ୍ପଟ ମାରିଲେ ଏଟିଏମ ହ୍ୟାକର

Image Courtesy of India Today

ନୋଏଡା: ପୁଲିସକୁ ଲାଞ୍ଚ ଦେଲେ ଦାମୀ କାର ସହ ନଗଦ ଟଙ୍କା | ଏହା ପରେ ହାଜତରୁ ଚମ୍ପଟ ମାରିଲେ ଏଟିଏମ ହ୍ୟାକର | ଏହି ଘଟଣାରେ ପୁଲିସ ସ୍ପେଶାଲ ଅପରେସନ୍ ଗ୍ରୁପ୍‌ର ଇନ୍ସପେକ୍ଟର ସାଭେଜ ଖାନ ଏବଂ ହେଡ କନଷ୍ଟେବଲ ଅମ୍ବ୍ରିଶ କାନ୍ତ ଯାଦବଙ୍କୁ ନିଲମ୍ବନ କରିଛି | ଅଭିଯୋଗ ମୁତାବକ ଏଟିଏମ ହ୍ୟାକ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ଛାଡ଼ିଦେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଉତ୍ତରପ୍ରଦେଶ ନୋଏଡା ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍‌ କିଛି ଦିନ ତଳେ ଏଟିଏମ ହ୍ୟାକରଙ୍କ ଏକ ଗ୍ରୁପକୁ ଧରିଥିଲା |

ଏହି ଗ୍ରୁପର ସଦସ୍ୟମାନେ ସେମାନଙ୍କୁ ଛାଡ଼ିଦେବା ପାଇଁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ଯାଚିଥିଲେ | ଲାଞ୍ଚ ଟଙ୍କା ମିଳିବା ପରେ ସେମାନଙ୍କୁ ଛାଡିଦିଆଯାଇଥିଲା | ଏହା ପରେ ସ୍ପେଶାଲ ଅପରେସନ୍ ଗ୍ରୁପର ପୁଲିସ କର୍ମଚାରୀମାନେ ଆଉ ୨୦ ଲକ୍ଷ ଟଙ୍କା ଦେବାକୁ ପୁଣି ଦାବି କରିଥିଲେ | ଏହି ଟଙ୍କା ନ ମିଳିବା ପରେ ସ୍ପେଶାଲ ଅପରେସନ୍ ଗ୍ରୁପ୍‌ର ସଦସ୍ୟମାନେ ହ୍ୟାକରଙ୍କ ଘରେ ପହଞ୍ଚି ଏନକାଉଣ୍ଟର କରିବାକୁ ଧମକ ଦେଇଥିଲେ।

ଏଥିରେ ଭୟଭୀତ ହୋଇ ହ୍ୟାକରମାନେ ୧୦ ଲକ୍ଷ ଟଙ୍କା ସହ ଚୋରି ହୋଇଥିବା କ୍ରେଟା କାରକୁ ନିଜର ବୋଲି ଦର୍ଶାଇ ପୁଲିସ କର୍ମଚାରୀଙ୍କୁ ଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ଗୌତମ ବୁଦ୍ଧ ନଗର ପୁଲିସ କମିଶନର ଆଲୋକ ସିଂ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ପୁଲିସ ସ୍ପେଶାଲ ଅପରେସନ୍ ଗ୍ରୁପ୍‌ର ଇନ୍ସପେକ୍ଟର ସାଭେଜ ଖାନ ଏବଂ ହେଡ କନଷ୍ଟେବଲ ଅମ୍ବ୍ରିଶ କାନ୍ତ ଯାଦବଙ୍କୁ ନିଲମ୍ବନ କରାଯାଇଛି ଓ ତଦନ୍ତ ଜାରି ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe