ଏଟିଏମ ତାଡି ଗାଡ଼ିରେ ବୋହିନେଲେ ଲୁଟେରା, ଦେଖନ୍ତୁ ଭିଡିଓ

Advertisment
ଏଟିଏମ ତାଡି ଗାଡ଼ିରେ ବୋହିନେଲେ ଲୁଟେରା, ଦେଖନ୍ତୁ ଭିଡିଓ

ଜୟପୁର: ନା ଏଟିଏମ ଭାଙ୍ଗିଲେ, ନା ଟଙ୍କା ଚ୍ୟାମ୍ବର ଲୁଟିଲେ ବରଂ ପୁରା ଏଟିଏମ ତାଡ଼ିନେଇ ବୋହିନେଲେ | ରାଜସ୍ଥାନର ଯୋଧପୁରରେ ଡକାୟତମାନେ ଏଭଳି ଏକ କାରନାମା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଆଉ ଏବେ ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ଯୋଧପୁରର ବିମାନବନ୍ଦର ପୁଲିସ ଷ୍ଟେସନ ଅନ୍ତର୍ଗତ ଶିକାରଗଡ ମିନି ମାର୍କେଟରେ ଏଟିଏମ ଡକାୟତି ଘଟଣା ଘଟିଛି। ଡକାୟତମାନେ ରାତିରେ ଏକ ବୋଲେରୋରେ ଆସି କିଛି ମିନିଟ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମକୁ ତାଡି ସାଥିରେ ନେଇଯାଇଛନ୍ତି | ଗତକାଲି ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିବାର କୁହାଯାଉଛି।

ଏଟିଏମ୍ ଡକାୟତି ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଅଧିକାରୀଙ୍କ ସହିତ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଟିମ୍ ସିସିଟିଭି କ୍ୟାମେରାକୁ ଛାନଭିନ କରିଥିଲା। ତେବେ ବ୍ୟାଙ୍କ ଅଧିକାରୀଙ୍କୁ ଏଟିଏମର ସୁରକ୍ଷା ସମ୍ପର୍କରେ ଯେତେବେଳେ ପୁଲିସ ପଚାରିଥିଲା ସେତେବେଳେ ବ୍ୟାଙ୍କ କର୍ମଚାରୀଙ୍କର ଅବହେଳା ସାମ୍ନାକୁ ଆସିଛି। ଏଟିଏମରେ କୌଣସି ସୁରକ୍ଷାକର୍ମୀ ନଥିବାବେଳେ ସୁରକ୍ଷା ଆଲାର୍ମ ମଧ୍ୟ କାମ କରୁନଥିଲା। ଡିସିପି ଅମୃତା ଦୁହନଙ୍କ ସୂଚନା ଅନୁଯାୟୀ ୬ରୁ ଡକାୟତ ଏଟିଏମ୍ ଡକାୟତି କରିଛନ୍ତି।


ଡକାୟତମାନେ ଏଟିଏମ୍ ନିକଟରେ ସେମାନଙ୍କ ଗାଡି ପାର୍କିଂ କରିଥିଲେ। ତା’ପରେ ବୋଲେରୋରୁ ଓହ୍ଲାଇବା ପରେ ସେମାନେ ପ୍ରଥମେ ଗୋଟିଏ ପରେ ଗୋଟିଏ ଏଟିଏମରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଭାଙ୍ଗିଥିଲେ। ସିସିଟିଭି କ୍ୟାମେରା ନଷ୍ଟ କରିବା ପରେ ଲୁଟେରାମାନେ ଗାଡିରୁ ଚେନରେ ଟାଣି ଏଟିଏମକୁ ନେଇ ଯାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଡକାୟତମାନଙ୍କୁ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe