ଓ୍ଵାସିଂଟନ ଭଳି ଦିଲ୍ଲୀରେ ବି କ୍ଷେପଣାସ୍ତ୍ର କବଚ

Advertisment
ଓ୍ଵାସିଂଟନ ଭଳି ଦିଲ୍ଲୀରେ ବି କ୍ଷେପଣାସ୍ତ୍ର କବଚ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ କ୍ଷେପଣାସ୍ତ୍ର, ଡ୍ରୋନ୍‌ ଏବଂ ୯/୧୧ ଭଳି ବିମାନ ଆକ୍ରମଣରୁ ରକ୍ଷା କରିବା ପାଇଁ ଏବେ ବାୟୁ ରକ୍ଷା କବଚ ବ୍ୟବସ୍ଥା କରାଯାଉଛି। ଦିଲ୍ଲୀକୁ ଅଭେଦ୍ୟ କରିବା ପାଇଁ ସର୍ବାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରାଯିବାକୁ ଜୋର୍‌ସୋରରେ ପ୍ରସ୍ତୁତି ଚାଲିଛି। ପୁରୁଣା ପ୍ରତିରକ୍ଷା ବ୍ୟବସ୍ଥାକୁ ହଟାଇ ସେହି ସ୍ଥାନରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଲାଗୁ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମନ୍ଦ ଉଦ୍ଦେଶ୍ୟ ନେଇ ଆସୁଥିବା ଯେ କୌଣସି ବିମାନ ଏବଂ ଆତଙ୍କବାଦୀ ତଥା ଶତ୍ରୁରାଷ୍ଟ୍ରର ଅତର୍କିତ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ରାଡାର ଡିଟେକ୍ସନ ୟୁନିଟ୍‌, ପରିଚାଳନା ଓ ନିୟନ୍ତ୍ରଣ ୟୁନିଟ୍‌ ଏବଂ କ୍ଷେପଣାସ୍ତ୍ର ପ୍ରୟୋଗ ୟୁନିଟ୍‌ ସ୍ଥାପନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏ ବାବଦରେ ବିସ୍ତତ ଆଲୋଚନା ହୋଇଛି। ଭୂପୃଷ୍ଠରୁ ଆକାଶକୁ ଛଡ଼ାଯାଉଥିବା ନୂଆ ପିଢ଼ିର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଏଥିରେ ସାମିଲ କରାଯିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏକାଥରକେ ବିଭିନ୍ନ କ୍ଷେପଣାସ୍ତ୍ର, ଡ୍ରୋନ୍‌ ଏବଂ ସନ୍ଦିଗ୍ଧ ବିମାନକୁ ଟ୍ରାକ୍‌ କରିବା ବ୍ୟବସ୍ଥା ଉପଲବ୍ଧ ହେବ ଏବଂ ସେହି ଆଧାରରେ କ୍ଷେପଣାସ୍ତ୍ର ପ୍ରୟୋଗ ପାଇଁ ବ୍ୟବସ୍ଥା କରାଯିବ। ଏଥିରେ ଟ୍ରାକ୍‌ କରିବା, ଟାର୍ଗେଟ୍‌କୁ ନଷ୍ଟ କରିବା ଏବଂ ସ୍ଥଳ ବିଶେଷରେ ନିୟନ୍ତ୍ରିତ କରିବା ପାଇଁ ବ୍ୟବସ୍ଥା ରହିବ। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଆତଙ୍କବାଦୀଙ୍କ କାୟା ବିସ୍ତାର ଯୋଗୁଁ ଦିଲ୍ଲୀ ପ୍ରତି ଦେଖାଦେଇଥିବା ବିପଦର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଓ୍ଵାସିଂଟନ ଓ ମସ୍କୋ ଭଳି ସହର ଏଭଳି ସୁରକ୍ଷା କବଚ ଭିତରେ ରହିଛି ଏବଂ ଏହି ଶ୍ରେଣୀରେ ଦିଲ୍ଲୀ ମଧ୍ୟ ସାମିଲ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe