ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ପାଇଁ ମିଳୁନାହାନ୍ତି ଅଧିକାରୀ, ଫେସବୁକରେ ଆବେଦନ ପାଇଁ ଅପିଲ କଲେ ପୁଲିସ ମୁଖ୍ୟ

Advertisment
ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ ପାଇଁ ମିଳୁନାହାନ୍ତି ଅଧିକାରୀ, ଫେସବୁକରେ ଆବେଦନ ପାଇଁ ଅପିଲ କଲେ ପୁଲିସ ମୁଖ୍ୟ

photo-dna india

ମୁମ୍ବାଇ: ମହାରାଷ୍ଟ୍ରର ମହାନିର୍ଦ୍ଦେଶକ ପୁଲିସ (ଡିଜିପି) ସଞ୍ଜୟ ପାଣ୍ଡେ ତାଙ୍କ ଫେସବୁକରେ ରାଜ୍ୟର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ (ଏସଟିଏସ) ର ଦୁଇଟି ଖାଲି ପଦବୀ ପାଇଁ ଆବେଦନ କରିବାକୁ ଅପିଲ କରିଛନ୍ତି। ସେ ଆଗ୍ରହୀ ପ୍ରାର୍ଥୀଙ୍କୁ ବିଭାଗ ସହିତ ଯୋଗାଯୋଗ କରିବାକୁ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଆବେଦନ ପଠାଇବାକୁ କହିଛନ୍ତି। ତେବେ ଏହି ପୋଷ୍ଟକୁ ନେଇ ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଭିନୀତ ଅଗ୍ରୱାଲଙ୍କୁ ପଚରାଯାଇଥିଲା, ସେ ଏବାବଦରେ କିଛି କହିବାକୁ ମନା କରିଦେଇଛନ୍ତି | ଆଉ ଏହା ପରେ ଡିଜିପି ଓ ଏଟିଏସ ମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାବଦରେ ଜଣାପଡିଛି |

ଅଗ୍ରୱାଲ ଜଣେ ଅତିରିକ୍ତ ମହାନିର୍ଦ୍ଦେଶକ ପୁଲିସ୍ (ଏଡିଜିପି) ସ୍ତରର ଅଧିକାରୀ ହୋଇଥିବାବେଳେ ସେ ନୂଆ ଆବେଦନ ବାବଦରେ କିଛି ଜାଣିନଥିବା କହିଛନ୍ତି | ଗତ ସପ୍ତାହରେ ଡିଜିପି ପାଣ୍ଡେ ତାଙ୍କ ଫେସବୁକ ପେଜରେ ଏକ ପୋଷ୍ଟରେ କହିଛନ୍ତି ଯେ ମୁମ୍ବାଇର ଏଟିଏସରେ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ୍ (ଏସପି)ର ଦୁଇଟି ପଦ ଖାଲି ଅଛି। ଆଗ୍ରହୀ ଅଧିକାରୀମାନେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିପାରିବେ ବୋଲି ସେ ଉଲ୍ଲେଖ କରିଥିଲେ | ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଏଟିଏସ୍ ଏକ ସମ୍ମାନଜନକ ବିଭାଗ। ସମସ୍ତେ ଏଥିରେ କାମ କରିବାକୁ ଚାହାଁନ୍ତି |

କୌଣସି ଆଗ୍ରହୀ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଡିଜିଙ୍କୁ ଉତ୍ତର ଦେବେ ନାହିଁ କାରଣ ଅନ୍ୟ ଅଧିକାରୀମାନେ ମଧ୍ୟ ଏହା ବିଷୟରେ ଜାଣିବେ। ସୂଚନା ଥାଉ କି ଏଟିଏସ୍ ଏସପି ଥିବା ସୋହେଲ ଶର୍ମା ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଛନ୍ତି | ଏଟିଏସର ଅନ୍ୟ ଜଣେ ଏସପି ରାଙ୍କ ଅଧିକାରୀ ରାଜକୁମାର ସିନ୍ଦେଙ୍କୁ କିଛି ଦିନ ପୂର୍ବରୁ ଦୁର୍ନୀତି ନିବାରଣ ବ୍ୟୁରୋକୁ ବଦଳି କରାଯାଇଥିଲା | ଏହା ପରେ ଏବେ ଦୁଇଟି ପଦବୀ ଖାଲି ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe