ପଶ୍ଚିମବଙ୍ଗରେ ଥମୁନାହିଁ ହିଂସା: ରେଳଷ୍ଟେସନରେ ଆକ୍ରମଣ କରି ଟ୍ରେନରେ ଭଙ୍ଗାରୁଜା କଲେ ଉପଦ୍ରବକାରୀ

Advertisment
ପଶ୍ଚିମବଙ୍ଗରେ ଥମୁନାହିଁ ହିଂସା: ରେଳଷ୍ଟେସନରେ ଆକ୍ରମଣ କରି ଟ୍ରେନରେ ଭଙ୍ଗାରୁଜା କଲେ ଉପଦ୍ରବକାରୀ

କୋଲକାତା: ପ୍ରଫେଟ୍‌ ମହମ୍ମଦଙ୍କ ସଂପର୍କରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ଦେଇଥିବା ବୟାନକୁ ବିରୋଧ କରି ମୁସ୍‌ଲିମ ସଂପ୍ରଦାୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଆଜି ଅନ୍ୟ ରାଜ୍ୟମାନଙ୍କରେ ପରିସ୍ଥିତି ଶାନ୍ତ ଥିବାବେଳେ ପଶ୍ଚିମବଙ୍ଗରେ ହିଂସା ଥମିବାର ନାମ ନେଉନାହିଁ। ଗତ ଦୁଇ ଦିନ ମଧ୍ୟରେ ହାଓଡା ଏବଂ ମୁର୍ସିଦାବାଦ ଜିଲ୍ଲାରେ ପ୍ରବଳ ହିଂସା ପରେ ଆଜି ସନ୍ଧ୍ୟାରେ ନାଦିଆ ଜିଲ୍ଲାର ବେଥୁଆଡାହାରୀ ଷ୍ଟେସନରେ ଏକ ସମ୍ପ୍ରଦାୟର ଲୋକ ତାଣ୍ଡବ କରିଛନ୍ତି |

ଉପଦ୍ରବକାରୀମାନେ ହଠାତ୍ ଷ୍ଟେସନ ଉପରେ ଆକ୍ରମଣ କରି ଷ୍ଟେସନରେ ଅଟକି ରହିଥିବା ରାଣାଘାଟ-ଲାଲଗୋଲା ଲୋକାଲ ଟ୍ରେନକୁ ଟାର୍ଗେଟ କରିଥିଲେ। ପୂର୍ବ ରେଳବାଇ ମୁଖପାତ୍ରଙ୍କ ଅନୁଯାୟୀ ଉପଦ୍ରବକାରୀ ଛିଡା ହୋଇଥିବା ଟ୍ରେନକୁ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି | ଏହି ଆକ୍ରମଣ ଯୋଗୁଁ ରେଳ ସମ୍ପତ୍ତି ନଷ୍ଟ ହୋଇଯାଇଛି। ଆକ୍ରମଣର ସୂଚନା ପରେ ଜିଆରପି, ଆରପିଏଫ ଏବଂ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ | ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଉପଦ୍ରବକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

ସୂଚନାନୁସାରେ, ଆକ୍ରମଣ ପୂର୍ବରୁ ଗୋଟିଏ ସମ୍ପ୍ରଦାୟର ଲୋକମାନେ ବେଥୁଆଡାହାରୀ ଅଞ୍ଚଳରେ ଏକ ରାଲି କରି ରାସ୍ତା ଅବରୋଧ କରିଥିଲେ। ଏହା ପରେ ଯେତେବେଳେ ପୁଲିସ ସେମାନଙ୍କୁ ଘଉଡାଇଥିଲା, ସେତେବେଳେ ସେମାନେ ହଠାତ ରେଳଷ୍ଟେସନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ | ସେମାନେ ଟ୍ରେନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe