ବିଜେପି ସାଂସଦ, ବିଧାୟକଙ୍କ ଉପରେ ଆକ୍ରମଣ

ମାଲଦା ଉତ୍ତରର ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ତଥା ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ଉପରେ ଆଜି ଜଲପାଇଗୁଡ଼ି ଜିଲ୍ଲାର........

Untitled-16

କୋଲକାତା :  ମାଲଦା ଉତ୍ତରର ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ତଥା ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ଉପରେ ଆଜି ଜଲପାଇଗୁଡ଼ି ଜିଲ୍ଲାର ନାଗରକାଟାରେ ଆକ୍ରମଣ ହୋଇଛି। ଜଲପାଇଗୁଡ଼ି ଜିଲ୍ଲାର ବନ୍ୟା ଏବଂ ଭୂସ୍ଖଳନ ସ୍ଥିତି ସମୀକ୍ଷା‌ ପାଇଁ ଯାଇଥିବା ସମୟରେ ଏହି ୨ ନେତାଙ୍କ ଉପରେ ଆକ୍ରମଣ ହୋଇଛି। ସେମାନଙ୍କ ଗାଡ଼ି ଭଙ୍ଗା ରୁଜା କରାଯାଇଛି। ପାଖାପାଖି ୫୦୦ ଲୋକ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ ଏବଂ ବାଡ଼ିରେ ପିଟିଥିଲେ। ଏହି ଘଟଣାରେ ମୁର୍ମୁ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ ଆକ୍ରମଣ ପାଇଁ ଟିଏମ୍‌ସି ଦାୟୀ। ଘୋଷ କହିଛନ୍ତି, ଆମେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସମୟ‌ରେ ହଠାତ୍‌ କିଛି ଲୋକ ଆମ ଆଡ଼କୁ ମାଡ଼ି ଆସିଲେ। ସେମାନେ ଦିଦିଙ୍କ ସୈନିକ ବୋଲି କହିଲେ। ଆମେ ମୋଦୀଙ୍କ ସୈନିକ କହିବାପରେ ଆକ୍ରମଣ ଆରମ୍ଭ ‌ହୋଇଗଲା। ଉଭୟ ମୁର୍ମୁ ଏବଂ ଘୋଷଙ୍କୁ ସିଲିଗୁଡ଼ିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣାକୁ ବିରୋଧ କରି ରାଜ୍ୟ ବିଜେପି କୋଲକାତାରେ ଏହି ଆକ୍ରମଣ ବିରୋଧରେ ଏକ ଆନ୍ଦୋଳନ ରୢାଲି କରିବାର ଯୋଜନା କରିଛି। ଅପରାହ୍ନ ଗୋଟାଏରେ ଏହି ଆକ୍ରମଣ ‌ହୋଇଥିବା ଘୋଷ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe