ଜମ୍ମୁ କଶ୍ମୀର: ସିଆରପିଏଫ୍‌ ଶିବିର ଉପରକୁ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ଅପରେସନ୍‌ ଜାରି

Advertisment
ଜମ୍ମୁ କଶ୍ମୀର: ସିଆରପିଏଫ୍‌ ଶିବିର ଉପରକୁ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ଅପରେସନ୍‌ ଜାରି

କୁପଓ୍ଵାଡ଼ା: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳଙ୍କ ଶିବିର ଉପରକୁ ଗୁରୁବାର ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ କୁପଓ୍ଵାଡ଼ାର ଅବନ୍ତୀପୁରାସ୍ଥିତ ସିଆରପିଏଫ୍‌ ଶିବିର ଉପରକୁ ଏହି ଆକ୍ରମଣ କରିଛନ୍ତି। ଏହି ଶିବିର ଅବନ୍ତୀପୁରାର ପଞ୍ଜଗାମ ରେଳ ଷ୍ଟେସନ ନିକଟରେ ଅବସ୍ଥିତ। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ଚାରିଆଡ଼କୁ ଘେରିଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ପ୍ରବଳ ଗୁଳିବର୍ଷା ଚାଲିଛି। ସୁରକ୍ଷାବାହିନୀ ଆତଙ୍କବାଦୀମାନଙ୍କୁ ଖୋଜିବା ଆରମ୍ଭ କରିଛି। ଏହା ପୂର୍ବରୁ ଆତଙ୍କବାଦୀମାନେ ଜମ୍ମୁର ସୁଞ୍ଜଓ୍ଵାନ୍‌ ସେନା ଶିବିର ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଘଟଣାରେ ୬ ଜଣ ଯବାନ ସହିଦ ହୋଇଥିଲେ। ସେହିଭଳି ଶ୍ରୀନଗର ସିଆରପିଏଫ୍‌ ଶିବିରରେ ଜଣେ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe