Image Courtesy of India TV
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ବାସଭବନରେ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ଆପ୍ ବିଧାୟକ ପ୍ରକାଶ ଜର୍ଓ୍ଵାଲ୍ଙ୍କୁ ପୁଲିସ ଗିରଫ କରିଛି।
ଖବରରୁ ଜଣାପଡ଼ିଛି ଯେ ଜର୍ଓ୍ଵାଲ୍ ମୁଖ୍ୟ ସଚିବଙ୍କ ବାମ ପଟରେ ବସିଥିବାବେଳେ ବିଧାୟକ ଅମାନତ୍ଉଲ୍ଲା ଖାଁ ଆର ପଟରେ ବସିଥିଲେ। ପ୍ରକାଶଙ୍କୁ ବହେ କହୁଣି ମାରି ଦୁହେଁ ଆକ୍ରମଣ କରିଥିଲେ।
ଏହି ଘଟଣା ପରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରକାଶ ଆପ୍ ବିଧାୟକ ଅମାନତ୍ଉଲ୍ଲା ଖାଁ ଏବଂ ଅନ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରାରେ ଏହି ଘଟଣାରେ ବିଭିନ୍ନ ମାମଲା ରୁଜୁ କରାଯାଇଛି ବୋଲି ଦିଲ୍ଲୀ ପୁଲିସର ସ୍ପେସାଲ୍ କମିସନର ଏବଂ ମୁଖପାତ୍ର ଦେପେନ୍ଦ୍ର ପାଠକ କହିଛନ୍ତି।
ଜର୍ଓ୍ଵାଲ୍ଙ୍କ ନାମ ଏତଲାରେ ଉଲ୍ଲେଖ କରାଯାଇ ନାହିଁ। ମୁଖ୍ୟ ସଚିବଙ୍କୁ ଫଟୋ ଦେଖାଇବା ପରେ ସେ ତାଙ୍କୁ ଚିହ୍ନଟ କରିଥିଲେ। ତାଙ୍କୁ ଡିଫେନ୍ସ୍ କଲୋନି ନିକଟରୁ ଗିରଫ କରାଯାଇଛି। ଅମାନତ୍ଉଲ୍ଲା ଗିରଫଦାରି ଏଡ଼ାଇବାକୁ ଛପି ଯାଇଛନ୍ତି। ତାଙ୍କୁ ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ତଲାସ ଆରମ୍ଭ ହୋଇଛି।
ଗତ ରାତିର ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଉପସ୍ଥିତିରେ ତାଙ୍କ କଲାର୍ ଧରାଯାଇଥିଲା। ଏହି ଅଭିଯୋଗ ଅଦ୍ଭୁତ ଏବଂ ଭିତ୍ତିହୀନ ବୋଲି କହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଖଣ୍ଡନ କରିଛି। କିନ୍ତୁ ସରକାରୀ କର୍ମଚାରୀମାନେ ଏ ଘଟଣା ପାଇଁ କେଜ୍ରିଓ୍ଵାଲ୍ଙ୍କ ଠାରୁ କ୍ଷମାପ୍ରାର୍ଥନା ଚାହିଁବା ସହ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Follow Us